ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପା ନବୀନ ଦେହୁରିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀଦଣ୍ଡ (ମୃତ୍ୟୁଦଣ୍ଡ) ସହ ୧ଲକ୍ଷ ଜରିମାନା ଏବଂ ତାଙ୍କୁ ସହଯୋଗ କରିଥିବା ପୁଅ ହେମାନନ୍ଦ ଦେହୁରିଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୩୪ମାସ ପରେ ରାୟ ପ୍ରକାଶ ପାଇଛି। ତତ୍କାଳୀନ ଏସ୍ପି ଡ. ବିଶାଳ କନଓ୍ବର ସିଂ ଏହି ମାମଲାକୁ ରେଡ୍ଫ୍ଲାଗ ଭାବେ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ରଞ୍ଜନ କୁମାର ଶର୍ମା ଓ ମୃତକ ପରିବାର ପକ୍ଷରୁ ସରକାରୀ ଓକିଲ ରବୀନ୍ଦ୍ର ନାଏକ ମାମଲା ପରିଚାଳନା କରୁଥିଲେ। ପୋଲିସ ସଂଗ୍ରହ କରିଥିବା ସମସ୍ତ ପ୍ରମାଣ ଓ ୨୦ଜଣ ସାକ୍ଷୀଙ୍କ ବୟାନ ଅଭିଯୁକ୍ତଙ୍କ ବିପକ୍ଷରେ ରହିଥିଲା।
ମାମଲାର ବିବରଣୀକୁ ପ୍ରକାଶ ଯେ, ପ୍ରାୟ ୧୦ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଲପଡା ଗ୍ରାମର ଅଭିଯୁକ୍ତ ନବୀନ ଓ ପଡୋଶୀ ପୀରବତୀ ବେହେରା (୫୫)ଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ପୀରବତୀ ଏକୁଟିଆ ରହୁଥିବାରୁ ତାଙ୍କ ସହିତ ଝିଅ ସାବିତ୍ରୀ (୩୦) ଓ ଜ୍ୱାଇଁ ଗିରିଧାରୀ ସାହୁ (୩୮) ରହୁଥିଲେ। କଳେବଳେ ଜମି ହାତେଇବା ପାଇଁ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଯୋଜନା କରିଥିଲେ। ଜମି ବିବାଦ କୋର୍ଟରେ ମଧ୍ୟ ବିଚାରାଧୀନ ରହିଥିଲା। ଏଭଳି ସମୟରେ ନବୀନ ଓ ହେମାନନ୍ଦ ପୀରବତୀଙ୍କ ପରିବାରକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ୨୦୨୦ ଅକ୍ଟୋବର ୨୧ ତାରିଖ ଅପରାହ୍ନରେ ଗିରିଧାରୀ ବିଲରେ ଚାଷ କରୁଥିବା ବେଳେ ନବୀନ ହଠାତ୍ ପହଞ୍ଚତ୍ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଚୋଟ ମାରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ପୀରବତୀ ଓ ଝିଅ ସାବିତ୍ରୀ ଗଁା ନଳକୂପରୁ ପାଣି ନେଇଯାଉଥିବା ବେଳେ ନବୀନ ପ୍ରଥମେ ପୀରବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମା’କୁ ବଞ୍ଚାଇବାକୁ ଯାଇ ସାବିତ୍ରୀ ମଧ୍ୟ ହତ୍ୟାର ଶିକାର ହୋଇଥିଲେ। ଏଥିରେ ନବୀନଙ୍କୁ ପୁଅ ହେମାନନ୍ଦ ସହଯୋଗ କରିଥିଲେ। ଘଟଣା ନେଇ ପୀରବତୀଙ୍କ ଅନ୍ୟଜଣେ ଝିଅ ପ୍ରତ୍ୟକ୍ଷଦର୍ଶୀ ମାଣିକ ପୃଷେଠଙ୍କ ଅଭିଯୋଗ ଆଧାରରେ ଥାନାରେ ୧୭୫/୨୦ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଖବର ପାଇ କୁଚିଣ୍ଡା ତତ୍କାଳୀନ ଏସ୍ଡିପିଓ ରାଜ କିଶୋର ମିଶ୍ର ଓ ମହୁଲପାଲି ଆଇଆଇସି ଜ୍ୟୋତ୍ସ୍ନାରାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ବାପାପୁଅଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲେ। ଫୋରେନସିକ୍ ଟିମ୍ ମଧ୍ୟ ପହଞ୍ଚତ୍ ତଦନ୍ତ କରିଥିଲା। ତତ୍କାଳୀନ ଏସ୍ପି ସିଂ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧର ଗମ୍ଭୀରତାକୁ ଦେଖି ରେଡ୍ଫ୍ଲାଗ ବର୍ଗରେ ତାଲିକାଭୁକ୍ତ କରିଥିଲେ। ସୂଚନାଯୋଗ୍ୟ, କୁଚିଣ୍ଡା ଅତିରିକ୍ତ ଜିଲା ଜଜ୍ କୋର୍ଟରେ ଏହା ତୃତୀୟ ଫାଶୀ ଦଣ୍ଡାଦେଶ। ଗୋବିନ୍ଦପୁର ଥାନା ମିଟୁପଡାରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କୁଚିଣ୍ଡା କୋର୍ଟରେ ୨୦୦୯ ମସିହାରେ ଫାଶୀ ଦଣ୍ଡାଦେଶ ହୋଇଥିଲା ା ତତ୍କାଳୀନ ଅତିରିକ୍ତ ଜିଲାଜଜ୍ ସରୋଜ ପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଅର୍ଜୁନ ତେଲିଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେହିପରି ଜମନକିରା ଥାନା ଅଞ୍ଚଳରେ ନାବାଳିକା ହତ୍ୟା ମାମଲାରେ ୨୦୧୦ ମସିହାରେ ତତ୍କାଳୀନ ଅତିରିକ୍ତ ଜିଲାଜଜ୍ ସରୋଜ ପତି ରାୟ ଶୁଣାଇ ଅଭିଯୁକ୍ତ ଶ୍ରୀ ହେମ୍ବ୍ରମଙ୍କୁ ଫାଶୀଦଣ୍ଡ ଦେଇଥିଲେ।
ଏ ସମ୍ପର୍କରେ ସରକାରୀ ଓକିଲ ରବୀନ୍ଦ୍ର ନାଏକ କହିଛନ୍ତି, ଅଭିଯୁକ୍ତ ପ୍ରଥମେ ବିଲରେ ଗିରିଧାରୀ ଏବଂ ପରେ ପୀରବତୀ ଓ ସାବିତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସାବିତ୍ରୀଙ୍କ ପୁଅ ସଚିନ ଓ ଝିଅ ଈପ୍ସିତାଙ୍କ ଆଖି ଆଗରେ ହତ୍ୟାକାଣ୍ଡ ଘଟିଥିଲା। ଘଟଣାରେ ସାବିତ୍ରୀଙ୍କ ଭଉଣୀ ଓ ଝିଅପୁଅ ସାକ୍ଷୀ ରହିଥିବା ବେଳେ ଗିରିଧାରୀଙ୍କୁ ହତ୍ୟା ବେଳେ ଗ୍ରାମର ଜଣେ ଚାଷୀ ସାକ୍ଷୀ ରହିଥିଲେ। ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ ରିପୋର୍ଟ ଓ ପ୍ରମାଣ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ ହୋଇଥିଲା।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
Archives

