ସମ୍ବଲପୁର/କୁଚିଣ୍ଡା,୧୦ା୮(ଶୁଭାଶିଷ ପାଢ଼ୀ/ବିରଞ୍ଚି ଦର୍କା) ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡ଼ା ଟ୍ରିପଲ ମର୍ଡର ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। କୁଚିଣ୍ଡା ଅତିରିକ୍ତ ଜିଲାଜଜ୍ ରାଜ କିଶୋର ଲେଙ୍କା ରାୟ ଶୁଣାଇ ଅଭିଯୁକ୍ତ ବାପା ଓ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାପା ନବୀନ ଦେହୁରିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଫାଶୀଦଣ୍ଡ (ମୃତ୍ୟୁଦଣ୍ଡ) ସହ ୧ଲକ୍ଷ ଜରିମାନା ଏବଂ ତାଙ୍କୁ ସହଯୋଗ କରିଥିବା ପୁଅ ହେମାନନ୍ଦ ଦେହୁରିଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ୩୪ମାସ ପରେ ରାୟ ପ୍ରକାଶ ପାଇଛି। ତତ୍କାଳୀନ ଏସ୍ପି ଡ. ବିଶାଳ କନଓ୍ବର ସିଂ ଏହି ମାମଲାକୁ ରେଡ୍ଫ୍ଲାଗ ଭାବେ ଘୋଷଣା କରିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ରଞ୍ଜନ କୁମାର ଶର୍ମା ଓ ମୃତକ ପରିବାର ପକ୍ଷରୁ ସରକାରୀ ଓକିଲ ରବୀନ୍ଦ୍ର ନାଏକ ମାମଲା ପରିଚାଳନା କରୁଥିଲେ। ପୋଲିସ ସଂଗ୍ରହ କରିଥିବା ସମସ୍ତ ପ୍ରମାଣ ଓ ୨୦ଜଣ ସାକ୍ଷୀଙ୍କ ବୟାନ ଅଭିଯୁକ୍ତଙ୍କ ବିପକ୍ଷରେ ରହିଥିଲା।
ମାମଲାର ବିବରଣୀକୁ ପ୍ରକାଶ ଯେ, ପ୍ରାୟ ୧୦ବର୍ଷ ଆଗରୁ ଜରାବଗା ପଞ୍ଚାୟତ ଲପଡା ଗ୍ରାମର ଅଭିଯୁକ୍ତ ନବୀନ ଓ ପଡୋଶୀ ପୀରବତୀ ବେହେରା (୫୫)ଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା। ପୀରବତୀ ଏକୁଟିଆ ରହୁଥିବାରୁ ତାଙ୍କ ସହିତ ଝିଅ ସାବିତ୍ରୀ (୩୦) ଓ ଜ୍ୱାଇଁ ଗିରିଧାରୀ ସାହୁ (୩୮) ରହୁଥିଲେ। କଳେବଳେ ଜମି ହାତେଇବା ପାଇଁ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଯୋଜନା କରିଥିଲେ। ଜମି ବିବାଦ କୋର୍ଟରେ ମଧ୍ୟ ବିଚାରାଧୀନ ରହିଥିଲା। ଏଭଳି ସମୟରେ ନବୀନ ଓ ହେମାନନ୍ଦ ପୀରବତୀଙ୍କ ପରିବାରକୁ ରାସ୍ତାରୁ ହଟାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ୨୦୨୦ ଅକ୍ଟୋବର ୨୧ ତାରିଖ ଅପରାହ୍ନରେ ଗିରିଧାରୀ ବିଲରେ ଚାଷ କରୁଥିବା ବେଳେ ନବୀନ ହଠାତ୍ ପହଞ୍ଚତ୍ ତାଙ୍କୁ ଟାଙ୍ଗିଆରେ ବାରମ୍ବାର ଚୋଟ ମାରିଥିଲେ। ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ପୀରବତୀ ଓ ଝିଅ ସାବିତ୍ରୀ ଗଁା ନଳକୂପରୁ ପାଣି ନେଇଯାଉଥିବା ବେଳେ ନବୀନ ପ୍ରଥମେ ପୀରବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ମା’କୁ ବଞ୍ଚାଇବାକୁ ଯାଇ ସାବିତ୍ରୀ ମଧ୍ୟ ହତ୍ୟାର ଶିକାର ହୋଇଥିଲେ। ଏଥିରେ ନବୀନଙ୍କୁ ପୁଅ ହେମାନନ୍ଦ ସହଯୋଗ କରିଥିଲେ। ଘଟଣା ନେଇ ପୀରବତୀଙ୍କ ଅନ୍ୟଜଣେ ଝିଅ ପ୍ରତ୍ୟକ୍ଷଦର୍ଶୀ ମାଣିକ ପୃଷେଠଙ୍କ ଅଭିଯୋଗ ଆଧାରରେ ଥାନାରେ ୧୭୫/୨୦ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଖବର ପାଇ କୁଚିଣ୍ଡା ତତ୍କାଳୀନ ଏସ୍ଡିପିଓ ରାଜ କିଶୋର ମିଶ୍ର ଓ ମହୁଲପାଲି ଆଇଆଇସି ଜ୍ୟୋତ୍ସ୍ନାରାଣୀ ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ବାପାପୁଅଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲେ। ଫୋରେନସିକ୍ ଟିମ୍ ମଧ୍ୟ ପହଞ୍ଚତ୍ ତଦନ୍ତ କରିଥିଲା। ତତ୍କାଳୀନ ଏସ୍ପି ସିଂ ଘଟଣାସ୍ଥଳ ପରିଦର୍ଶନ କରି ଅପରାଧର ଗମ୍ଭୀରତାକୁ ଦେଖି ରେଡ୍ଫ୍ଲାଗ ବର୍ଗରେ ତାଲିକାଭୁକ୍ତ କରିଥିଲେ। ସୂଚନାଯୋଗ୍ୟ, କୁଚିଣ୍ଡା ଅତିରିକ୍ତ ଜିଲା ଜଜ୍ କୋର୍ଟରେ ଏହା ତୃତୀୟ ଫାଶୀ ଦଣ୍ଡାଦେଶ। ଗୋବିନ୍ଦପୁର ଥାନା ମିଟୁପଡାରେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କୁଚିଣ୍ଡା କୋର୍ଟରେ ୨୦୦୯ ମସିହାରେ ଫାଶୀ ଦଣ୍ଡାଦେଶ ହୋଇଥିଲା ା ତତ୍କାଳୀନ ଅତିରିକ୍ତ ଜିଲାଜଜ୍ ସରୋଜ ପତି ମାମଲାର ଶୁଣାଣି କରି ଅଭିଯୁକ୍ତ ଅର୍ଜୁନ ତେଲିଙ୍କୁ ଫାଶୀଦଣ୍ଡ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେହିପରି ଜମନକିରା ଥାନା ଅଞ୍ଚଳରେ ନାବାଳିକା ହତ୍ୟା ମାମଲାରେ ୨୦୧୦ ମସିହାରେ ତତ୍କାଳୀନ ଅତିରିକ୍ତ ଜିଲାଜଜ୍ ସରୋଜ ପତି ରାୟ ଶୁଣାଇ ଅଭିଯୁକ୍ତ ଶ୍ରୀ ହେମ୍ବ୍ରମଙ୍କୁ ଫାଶୀଦଣ୍ଡ ଦେଇଥିଲେ।
ଏ ସମ୍ପର୍କରେ ସରକାରୀ ଓକିଲ ରବୀନ୍ଦ୍ର ନାଏକ କହିଛନ୍ତି, ଅଭିଯୁକ୍ତ ପ୍ରଥମେ ବିଲରେ ଗିରିଧାରୀ ଏବଂ ପରେ ପୀରବତୀ ଓ ସାବିତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସାବିତ୍ରୀଙ୍କ ପୁଅ ସଚିନ ଓ ଝିଅ ଈପ୍ସିତାଙ୍କ ଆଖି ଆଗରେ ହତ୍ୟାକାଣ୍ଡ ଘଟିଥିଲା। ଘଟଣାରେ ସାବିତ୍ରୀଙ୍କ ଭଉଣୀ ଓ ଝିଅପୁଅ ସାକ୍ଷୀ ରହିଥିବା ବେଳେ ଗିରିଧାରୀଙ୍କୁ ହତ୍ୟା ବେଳେ ଗ୍ରାମର ଜଣେ ଚାଷୀ ସାକ୍ଷୀ ରହିଥିଲେ। ବ୍ୟବଚ୍ଛେଦ ରିପୋର୍ଟ, ସାଇଣ୍ଟିଫିକ ରିପୋର୍ଟ ଓ ପ୍ରମାଣ ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ ହୋଇଥିଲା।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...
ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…
ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...
ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ
ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...
ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...
ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର
ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...
ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…
ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...
ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହାକୁ...
ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…
ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍ପି ଶୁଭେନ୍ଦୁ...
Archives


