ଶିଳ୍ପ ସମୃଦ୍ଧ ଜିଲାରେ ବଢୁଛି ହସ୍ତଶିଳ୍ପ

ଅନୁଗୋଳ ଅଫିସ, ୧୩ା୮: ଘରୋଇ ଓ ସରକାରୀ ଉଦ୍ୟୋଗରେ ସମୃଦ୍ଧ ଅନୁଗୋଳ ଜିଲାରେ ବଢ଼ୁଛି ହସ୍ତଶିଳ୍ପର ଆଦର। ଏଠାକାର ବାଉଁଶ କାରିଗରି, ଟେରାକୋଟା ଓ କଂସା ପିତଳ ସାମଗ୍ରୀକୁ ମିଳୁଛି ବେଶ୍‌ ପ୍ରଶଂସା। ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ଅନୁଗୋଳର ଏହି ହସ୍ତଶିଳ୍ପୀମାନେ ଅଂଶଗ୍ରହଣ କରି ଭଲ ରୋଜଗାର କରିବା ସହ ଜିଲାର ସୁନାମ ମଧ୍ୟ ବଢ଼ାଉଛନ୍ତି। ଅନୁଗୋଳର ଏହି ହସ୍ତଶିଳ୍ପକୁ ଆହୁରି ଆଗକୁ ନେବାକୁ ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଗାମୀ ଦିନରେ ପଟ୍ଟଚିତ୍ର ଓ ପଥର କାରିଗରିରେ ନୂଆ ନୂଆ ପ୍ରତିଭା ସୃଷ୍ଟି ସହ ଅଧିକରୁ ଅଧିକ ଲୋକଙ୍କୁ କିପରି ସ୍ବାବଲମ୍ବୀ କରାଯାଇପାରିବ ତାହା ଉପରେ ଜୋର୍‌ ଦିଆଯାଉଛି।
ଅନୁଗୋଳ ଜିଲାର ବାଉଁଶ କାରିଗରି ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ବାଉଁଶରେ ନିର୍ମିତ ଚାଙ୍ଗୁଡ଼ି, ଦୀପଦାନି, ଫୁଲତୋଡ଼ା, ମୋବାଇଲଷ୍ଟାଣ୍ଡ ଆଦି ପ୍ରଦର୍ଶନୀଗୁଡ଼ିକରେ ଭଲ ବ୍ୟବସାୟ କରୁଛି। ଏହାଦ୍ୱାରା ଅନୁଗୋଳ ବ୍ଲକ ସହ କିଶୋରନଗର, ଛେଣ୍ଡିପଦାର ପ୍ରାୟ ୧୨ଶହରୁ ଊର୍ଦ୍ଧ୍ୱ ପରିବାର ରୋଜଗାରକ୍ଷମ ହୋଇପାରିଛନ୍ତି। ସେହିପରି ଜିଲାର ଟେରାକୋଟା କାର୍ଯ୍ୟ ମଧ୍ୟ ଆକର୍ଷଣୀୟ। ବିଭିନ୍ନ ମୂର୍ତ୍ତି, ଘରକରଣା ସାମଗ୍ରୀ, ଭୋଗ କୁଡ଼ୁଆ ଆଦି ବହୁଳ ଭାବେ ପ୍ରସ୍ତୁତ ସହ ବିକ୍ରି ହେଉଛି। ବିଶେଷକରି ବିଭିନ୍ନ ପୂଜା, ମହୋତ୍ସବ, ପ୍ରଦର୍ଶନୀରେ ଏହା ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନୁଗୋଳ ବ୍ଲକ ସହ ବଅଁରପାଳ ଓ ଛେଣ୍ଡିପଦାର ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାର ଏହାକୁ ମୁଖ୍ୟ ଆୟର ମାଧ୍ୟମ କରିପାରିଛନ୍ତି। ଏଥିସହ ତୁବେର ପିତଳ ଓ କଂସା କାରିଗରିର ଚାହିଦା ରହିଛି। ଫୁଲପକା ବାସନ ସହ ଠାକୁରଙ୍କ ମୂର୍ତ୍ତି ଆଦି କରି ପ୍ରାୟ ଦେଢ଼ ଶହ ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି। ହସ୍ତଶିଳ୍ପ ସାମଗ୍ରୀ ପ୍ରତି ବଢ଼ୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ ଜିଲାରେ ପଟ୍ଟଚିତ୍ର ଓ ପଥର ଖୋଦେଇ ଶିଳ୍ପୀ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ତାଳଚେରଠାରେ ପଟ୍ଟଚିତ୍ର କାରିଗରି କାର୍ଯ୍ୟରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଆହୁରି ୧୫ ଜଣଙ୍କୁ ତାଲିମ ଦିଆଯାଉଥିଲେ ମଧ୍ୟ କରୋନା କଟକଣା ପାଇଁ ଏହା ବାଧାପ୍ରାପ୍ତ ହୋଇଛି। ବଅଁରପାଳଠାରେ ପଥର ଖୋଦେଇ କାମ ପାଇଁ ମଧ୍ୟ ଲୋକଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୧୫ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆଗାମୀ ଦିନରେ କେତେ ଲୋକ ଏଥିପ୍ରତି ଆକର୍ଷିତ ହେଉଛନ୍ତି ଓ ଏହାକୁ ପେସା କରିବାକୁ ଆଗେଇ ଆସୁଛନ୍ତି ତାହା ଅନୁଧ୍ୟାନ କରାଯିବ। ଯେଉଁମାନେ ଏଥିରେ ଭବିଷ୍ୟତ ଗଢ଼ିବା ପାଇଁ ଚାହିଁବେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲା ଶିଳ୍ପକେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍ବାଗତଯୋଗ୍ୟ ପଦକ୍ଷେପ
ପରିବାରର ପରମ୍ପରାକୁ ବଜାୟ ରଖିଛି। ଅଧିକ କାର୍ଯ୍ୟ ଶିଖିବା ପାଇଁ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇଛି। ଏବେ ଅନୁଗୋଳ ଜିଲାରେ ନୂଆକରି ପଟ୍ଟଚିତ୍ର ଶିଳ୍ପ ଆରମ୍ଭ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ପ୍ରଶିକ୍ଷାର୍ଥୀମାନେ ଏଥିରେ କଠୋର ସାଧନା କଲେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।
-ବିଜୟ କୁମାର ମହାପାତ୍ର, ପଟ୍ଟଚିତ୍ର ଶିଳ୍ପୀ, ତାଳଚେର

କଟକଣା ପାଇଁ ବିକ୍ରି ହୋଇପାରୁନି
୨୦୦୭ରୁ ଟେରାକୋଟା ହସ୍ତଶିଳ୍ପ ସହ ଯୋଡ଼ି ହୋଇଛି। ଜିଲା ବାହାର ବିଭିନ୍ନ ପ୍ରଦର୍ଶନୀକୁ ଯାଇ ରୋଜଗାର ବଢ଼ାଇପାରିଛି। ଏବେ କରୋନା କଟକଣା ପାଇଁ ସାମଗ୍ରୀ ପ୍ରସ୍ତୁତ ହେଉଥିଲେ ବି ବିକ୍ରି ହୋଇପାରୁ ନାହିଁ। ତଥାପି ଅଟକି ନ ଯାଇ କିଛି ନୂଆ ରୂପ ଦେବାର ଉଦ୍ୟମ ଜାରି ରଖିଛି।
-ବିଜୟ ବେହେରା, ଟେରାକୋଟା କାରିଗର, ବଅଁରପାଳ

ଅଧିକ ପ୍ରଚାର ପ୍ରସାର ହେଉ
ଅନୁଗୋଳ ଜିଲା ମହୋତ୍ସବ ହେଉ କି ସ୍ବରାଜ ଗ୍ରାମୋଦ୍ୟୋଗ ହାଟ, ସବୁଠି ହସ୍ତଶିଳ୍ପ ସାମଗ୍ରୀର ଭଲ ବିକ୍ରି ହେଉଛି। ଶସ୍ତା ଓ ଆକର୍ଷଣୀୟ ହୋଇଥିବାରୁ ଅଧିକ ଲୋକ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି। ଜିଲାର ଏହି କାରିଗରିର ଅଧିକ ପ୍ରଚାର ପ୍ରସାର କରାଗଲେ କାରିଗରମାନଙ୍କ ଆୟ ଆହୁରି ବୃଦ୍ଧି ପାଆନ୍ତା।
-ପ୍ରତାପ ମହାପାତ୍ର, ଅନୁଗୋଳ

ଆୟ, ଆଗ୍ରହ ବୃଦ୍ଧିପାଉଛି
ଅନୁଗୋଳ ହସ୍ତଶିଳ୍ପର ଚାହିଦା ବଢ଼ୁଥିବାରୁ କାରିଗରମାନେ ମାସକୁ ୧୫ରୁ ୨୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଅଣକୁଶଳୀମାନେ ମଧ୍ୟ ଅଢ଼େଇରୁ ତିନି ହଜାର ଆୟ କରୁଛନ୍ତି। ପ୍ରତିବର୍ଷ ବିଭିନ୍ନ ମେଳା ଓ ପ୍ରଦର୍ଶନୀରେ ୧୮ରୁ ୨୦ ଲକ୍ଷ ଟଙ୍କା ଯାଏ ଏହି ବ୍ୟବସାୟ ହେଉଛି। ତେଣୁ ବହୁ ସଂଖ୍ୟାରେ ମହିଳା, ପୁରୁଷ ଏଥିରେ ଯୋଡ଼ି ହେଉଛନ୍ତି।
-ଗଗନ ବିହାରୀ ନାଏକ, ଜିଏମ୍‌, ଜିଲା ଶିଳ୍ପ କେନ୍ଦ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri