ବୁଚାରେ କଟା ହାତ: ନେଲ୍‌ପଲିସରୁ ମିଳିଲା ପରିଚୟ

କିଭ୍‌,୯ା୪: ୟୁକ୍ରେନ୍‌ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି। ଏହା ୫୨ ବର୍ଷୀୟା ମେକ୍‌ଅପ୍‌ ଆର୍ଟିଷ୍ଟ ଇରିନା ଫିଲ୍‌କିନାଙ୍କ ହାତ ବୋଲି ଜଣାପଡ଼ିଛି। ଇରିନା ଏକ ସାଇକେଲରେ ନିଜ ଘରକୁ ଫେରୁଥିବାବେଳେ ରୁଷୀୟ ସୈନ୍ୟ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅନ୍ୟ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ଅନାସ୍ତାସିଆ ସୁବଚେଭା ଏହା ଇରିନାଙ୍କ ହାତ ବୋଲି ତାଙ୍କ ନେଲ୍‌ପଲିସରୁ ଚିହ୍ନଟ କରିଛନ୍ତି।

Share