ଜିଆଇ ମାନ୍ୟତା ପାଇଲା ଡଙ୍ଗରିଆଙ୍କ ହାତବୁଣା ଶାଲ୍‌, ଲାଞ୍ଜିଆ ସୌରାଙ୍କ ଚିତ୍ରକଳା

ରାୟଗଡ଼ା,୩ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍‌ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଥିବା ନେଇ ସୂଚନା ମିଳିଛି । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ମାନ୍ୟତା ମିଳିଛି।

ନିୟମଗିରିରେ ବସବାସ କରୁଥିବା ଏହି ଆଦିମ ଜନଜାତିଙ୍କ ଚଳଣି ସାଧାରଣ ଚାଲିଚଳନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମାନେ ଯେଉଁ ଶାଲ୍‌ ପରିଧାନ କରନ୍ତି ତାହା ନିଜେ ବୁଣିବା ସହ ଏହାକୁ ବିଭିନ୍ନ ରଙ୍ଗବେରଙ୍ଗ ଆକୃତି ଦେଇଥାନ୍ତି। ଉକ୍ତ ଶାଲ୍‌କୁ କାପଡ଼ାଗୁନ୍ଦା ବୋଲି କୁହାଯାଏ। ଏହି କାପଡ଼ାଗୁନ୍ଦା ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ବେଶ୍‌ ପସନ୍ଦ କରିଥାନ୍ତି। ଯାହାଫଳରେ ଏମାନଙ୍କର କାରୁକାର୍ଯ୍ୟ ବର୍ତ୍ତମାନ ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିପାରିଛି ଡଙ୍ଗରିଆ ସମ୍ପ୍ରଦାୟଙ୍କର। ଏହି କାପଡ଼ାଗୁନ୍ଦା ଶାଲ୍‌ ବର୍ତ୍ତମାନ ବିଶ୍ୱରେ ଲୋକପ୍ରିୟତା ହାସଲ କରିଛି ଏବଂ ଏହାକୁ କେବଳ ନିୟମଗିରିର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ବୁଣି ତିଆରି କରୁଛନ୍ତି । ୨୦୨୧ ଅଗଷ୍ଟ ୩ରେ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା। ସେହିଭଳି ଗୁଣପୁର ଲାଞ୍ଜିଆ ସୌରାଙ୍କ ଇଡିତାଲ ଚିତ୍ରକଳାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ୨୦୨୨ ଏପ୍ରିଲ ୧୩ ତାରିଖରେ ଆବେଦନ ହୋଇଥିଲା। ଇଡିତାଲ ମଧ୍ୟ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌ ମାନ୍ୟତା ସାର୍ଟିଫିକେଟ ନମ୍ବର ୫୪୧ ଏବଂ ଇଡିତାଲ ସାର୍ଟିଫିକେଟ ନମ୍ବର ୫୪୭ ରହିଥିବା ସୂଚନା ମିଳିଛି। ଏହି ମାନ୍ୟତା ପାଇଁ ରାୟଗଡ଼ା ଜିଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଜିଲାବାସୀ ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri