ହସ୍ତକଳା କରିଛି ସ୍ବାବଲମ୍ବୀ

ଚିତ୍ରଡ଼ା,୨୫।୪(ଡି.ଏନ.ଏ.)- ହାଣ୍ଡିଶାଳରୁ ମହାକାଶ। ଘର ଅଗଣାରୁ ସଂସଦ ଭବନ। ସବୁ କ୍ଷେତ୍ରରେ ନାରୀ ନିଜର ରାକାଷ୍ଠା ପ୍ରତିପାଦିତ କରିଆସୁଛନ୍ତି। ଅବଳା ଦୁର୍ବଳା ଶବ୍ଦ ଆଜିର ନାରୀ ଆଗରେ ହାର ମାନିଛି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ କାଦୁଆଣି ଗ୍ରାମରେ। ଏହି ଗ୍ରାମର ମା’ ସିନ୍ଧୁତନୟା ପ୍ରଡ୍ୟୁସର ଗ୍ରୁପର ମହିଳା ସଦସ୍ୟାମାନେ ହସ୍ତକଳା ଦ୍ୱାରା ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିିପୋଷଣ କରି ପାରୁଛନ୍ତି। ନିଷ୍ଠା,ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେମାନେ ନିଜର ଦକ୍ଷତା ଦେଖାଉଛନ୍ତି। ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ପ୍ରମାଣିତ କରି ପାରିଛନ୍ତି।
୯ଟି ଗ୍ରୁପର ୩୫ଜଣ ମହିଳା ମିଶି ୭ ମାସ ଟ୍ରେନିଂ ନେଇ ସବାଇଘାସ, ଖଜୁରୀ ଡାଳ, ସୁତୁଲୀ ଆଦିରେ ୨୦ରୁ ୨୫ ପ୍ରକାରର ସୁନ୍ଦର ଘରକରଣା ଉପକରଣ ତିଆରି କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କଠାରୁ ସବାଇଘାସ କିଣି ଏବଂ ଜଙ୍ଗଲରୁ ଖଜୁରୀ ଡାଳ ଆଣି ଘରକାମ ସରିବା ପରେ ପ୍ରତ୍ୟେକ ଦିନ ଏହି ଜିନିଷ ତିଆରି କରିବାରେ ସେମାନେ ଲାଗିପଡ଼ିଛନ୍ତି। ଏହି ମହିଳାମାନେ ତିଆରି କରୁଥିବା ଫୁଲ ଚାଙ୍ଗୁଡ଼ି, ଡଷ୍ଟବିନ, ଫଳ ବାସ୍କେଟ ଆଦି ବିଭିନ୍ନ ଉପକରଣ କିଣିବାକୁ ଲୋକେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତ୍ୟେକ ମହିଳା ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ୩ ହଜାର ଟଙ୍କା ଲେଖାଏ ରୋଜଗାର କରିପାରୁଥିବା ଏହି ଗ୍ରୁପର ସଦସ୍ୟା ଧନବତୀ ଧଳ ପ୍ରକାଶ କରିଛନ୍ତି। ଏହି ସବୁ ସାମଗ୍ରୀ ତିଆରି କାର୍ଯ୍ୟରେ ସେମାନଙ୍କ ପରିବାର ଲୋକ ସହଯୋଗ କରୁଥିବା କୁହନ୍ତି ଲିଲି ନାୟକ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷର ବଜାର ଚାହିଦା ଅଧିକ ଥିବା ସଂଯୁକ୍ତା ରାଜ କହିଛନ୍ତି। ସରକାରୀ ଭାବେ ସେମାନେ କୌଣସି ତାଲିମ କିମ୍ବା ସୁବିଧା ସୁଯୋଗ ନ ପାଇ ଯେଭଳି ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି ତାହା ଦ୍ୱାରା ଅନ୍ୟ ମହିଳାମାନେ ପ୍ରେରଣା ପାଇବେ ବୋଲି ଏହି ଗ୍ରୁପର ସଦସ୍ୟାମାନେ କହିଛନ୍ତି। ସରକାର ସେମାନଙ୍କ ଗ୍ରୁପଟିକୁ ରେଜିଷ୍ଟ୍ରେଶନ କରାଇଦେଲେ ସେମାନେ ତିଆରି କରୁଥିବା ଜିନିଷର ଉଚିତ ମୂଲ୍ୟ ପାଇପାରନ୍ତେ ବୋଲି ପ୍ରକାଶ କରିଛନ୍ତି। ଏନେଇ ଓଡ଼ିଶା ଲିଭଲିହୁଡ୍‌ ମିଶନର ବିପିଏମ୍‌ ହିମାଂଶୁ ଭୂଷଣ ସାହୁଙ୍କୁ ପଚାରିିବାରୁ ଚଢ଼େଇଗାଁ ଏମ୍ବିକେ ମିନତୀ ଦାସ ତାଙ୍କୁ ଏ ବିଷୟରେ କହିଥିଲେ ଓ ସେ ଏହି ଗ୍ରୁପ ବିଷୟରେ ଜାଣିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରେଜିଷ୍ଟ୍ରେଶନ ପାଇଁ ଆସିଲେ ଉକ୍ତ ଗ୍ରୁପଟିକୁ ଫରମେଶନ କରାଯିବା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri