Posted inଜାତୀୟ

ମୁସେୱାଲାଙ୍କ ହତ୍ୟା ପଛରେ ୬୦ ଗ୍ୟାଙ୍ଗଷ୍ଟରଙ୍କ ହାତ, ଯାଞ୍ଚ୍‌ କରୁଛନ୍ତି ୬୦୦ ପୋଲିସ…

ଚଣ୍ଡିଗଡ଼,୧୪।୭ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପ୍ରାୟ ୬୦ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତି ରହିଛି। ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏକ ବଡ ପୋଲିସ ଟିମ୍‌ ଘଟଣାର ତଦନ୍ତରେ ନିୟୋଜିତ ଅଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇ ଗୋଷ୍ଠୀ ଗ୍ୟାଙ୍ଗଷ୍ଟର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବାବେଳେ ମୁସେୱାଲା ନିଜେ କୌଣସି ଅପରାଧିକ କାର୍ଯ୍ୟକଳାପରେ ଜଡିତ ନ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ପ୍ରାୟ ୬୦୦ ପୋଲିସ ଅଧିକାରୀ ଏବଂ କର୍ମଚାରୀ ଏହି ମାମଲାର ମୂଳ ପର୍ଯ୍ୟନ୍ତ ଯିବା ପାଇଁ ଅନେକ ସପ୍ତାହ ଧରି ଯାଞ୍ଚ୍‌ରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡ ଘଟାଇଥିବା ତିନିଜଣ ସୁଟର ପୋଲିସ ହେପାଜତରେ ଅଛନ୍ତି।

ଯାଞ୍ଚ୍‌ବେଳେ ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏହି ବୃହତ କର୍ମଚାରୀ ଦଳ ଡମ୍ପରୁ ଉଠାଯାଇଥିବା ଲକ୍ଷ ଲକ୍ଷ ଫୋନ କଲ, ଇଣ୍ଟରନେଟରେ ସୁଟରଙ୍କର ପଗ ମାର୍କ ଏବଂ ବିଭିନ୍ନ ରାଜ୍ୟରେ ବ୍ୟାପିଥିବା ସିସିଟିଭି କଭରେଜ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ଏହି ତଥ୍ୟକୁ ଶର୍ଟ ଏବଂ ବିଶ୍ଳେଷଣ କରାଯାଇଥିଲା। ତେବେ ଅପରାଧରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ଜାଣିବାକୁ ମିଳିଛି ଯେ ସୁଟରମାନେ ହରିୟାଣାର ଭବାନୀରେ ଥିବା ଜଣେ ସହକର୍ମୀଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି। ପୋଲିସର ତଦନ୍ତ ଏବଂ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ସ୍ବୀକାରକୁ ମିଶାଇ ପଞ୍ଜାବ ଏବଂ ଦିଲ୍ଲୀ ପୋଲିସ ଦାବି କରିଛନ୍ତି ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେ ହିଁ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି।

ପୋଲିସ କହିଛି ଯେ ହତ୍ୟା ଷଡଯନ୍ତ୍ରରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ, ସଚିନ ବିଶ୍ନୋଇ ଏବଂ ଅନମୋଲ ବିଶ୍ନୋଇ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଅତି କମରେ ୧୦ ଟି ଜେଲରେ ସେମାନଙ୍କ ନେଟୱାର୍କ ଜଡିତ ଥିଲା।

ଗ୍ୟାଙ୍ଗଷ୍ଟର ଜଗୁ ଭଗବାନପୁରିଆ  ଦୁଇ ସୁଟର ଏବଂ ଯନ୍ତ୍ରପାତି ଯୋଗାଇବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ, ମୁସେୱାଲା ହତ୍ୟା ମାମଲାରେ ଜୁଲାଇ ୫ ରେ ଦିଲ୍ଲୀରୁ ଅଣାଯାଇଥିବା ଶାର୍ପ ସୁଟର ପ୍ରିୟବ୍ରତ ଫୈଜୀ, କେଶବ କୁମାର, କାଶୀଶ କୁମାର ଏବଂ ଦୀପକ ଟିନୁଙ୍କ ଆଠ ଦିନିଆ ପୋଲିସର ରିମାଣ୍ଡ ଶେଷ ହେବା ପରେ କୋର୍ଟ ପୁଣି ଥରେ ସେମାନଙ୍କୁ ଚାରି ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଜୁଲାଇ ୧୭ରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଗୁରୁବାର ଭାରତ ବନ୍ଦ ଡାକରା: କ’ଣ ରହିବ ଖୋଲା, କ’ଣ ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ ୧୨ ତାରିଖ ଅର୍ଥାତ୍‌ ଗୁରୁବାର ଭାରତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri