ଲକ୍ଷାଧିକ ଟଙ୍କାର ହ୍ୟାଣ୍ଡ ଫଗି ମେଶିନ ଅଚଳ

ବ୍ରହ୍ମପୁର ଅଫିସ,୬ା୧: ବ୍ରହ୍ମପୁର ସହରରେ ଦିନକୁ ଦିନ ମଶାବଂଶ ବୃଦ୍ଧି ପାଉଛି। ଯାହାଦ୍ୱାରା ସହରବାସୀ ମ୍ୟାଲେରିଆ, ବାତଜ୍ୱର ଭଳି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କିନ୍ତୁ ବିଇଏମ୍‌ସି ପକ୍ଷରୁ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସହରବାସୀ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିନ୍ତୁ ମଶା କାମୁଡ଼ାରୁ ନିସ୍ତାର ମିଳୁନି। ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ବିଇଏମ୍‌ସି ବିଳମ୍ବରେ ସହରବାସୀଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରିଥିଲା। ନିଗମ ପକ୍ଷରୁ ତରବରିଆ ଭାବେ ଏକ ଭଙ୍ଗା ଦଦରା ଟ୍ରାକ୍ଟରରେ ଟିଫା ମେଶିନ ଯୋଡ଼ାଯାଇ ପ୍ରତି ୱାର୍ଡରେ ମଶାଧୂଆଁ ଛଡ଼ାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ଟିଫା ମେଶିନରେ କିଙ୍ଗ୍‌ ଫଗ୍‌ ନାମକ ତେଲ ଓ ଡିଜେଲ ମିଶାଯାଇ ମେଶିନରୁ ଧୂଆଁ ଛଡ଼ାଯାଉଥିଲା। ଏହି ତେଲର ମୂଲ୍ୟ ୩ ହଜାର ଟଙ୍କା ରହିଥିବା ନିଗମ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଏ। ତଦନୁଯାୟୀ ନିଗମର ସାନିଟେଶନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୮ରୁ ଟିଫା ମେଶିନରେ ମଶାଧୂଆଁ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଭଳି ଡିସେମ୍ବର ୩୧ ଯାଏ ପ୍ରତିଦିନ ୨ଟି ଲେଖାଏ ଓ୍ବାର୍ଡରେ ଧୂଆଁ ଛଡାଯାଇଥିଲା। କିନ୍ତୁ କିଛିଦିନ ପରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଅଭିଯୋଗ ହୋଇଥିଲା, ଫଳରେ ମଶାବଂଶ ବୃଦ୍ଧି ରୋକିବାରେ ନିଗମ ବିଫଳ ହୋଇଥିଲା।
ସୂଚନାଯୋଗ୍ୟ, ସହରବାସୀଙ୍କୁ ମଶାଦାଉରୁ ରକ୍ଷା ନିମନ୍ତେ ଗତ ୧ ବର୍ଷ ତଳେ ବିଇଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ହ୍ୟାଣ୍ଡ ଫଗିଂ ମେଶିନ କିଣାଯାଇଥିଲା। ସେ ସମୟରେ ୪୦ଟି ୱାର୍ଡ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ ୪୦ଟି ହ୍ୟାଣ୍ଡ ଫଗିଂ ମେଶିନ ୱାର୍ଡର ଏସ୍‌ଆଇ (ସାନିଟେଶନ ଅଧିକାରୀ) ଓ ଜମାଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ହ୍ୟାଣ୍ଡ ଫଗିଂରେ ମାଲାଥିନ ଓ ଡିଜେଲ ମିଶାଯାଇ ନର୍ଦ୍ଦମା ଓ ଗଳିକନ୍ଦିରେ ମଶା ଉପତ୍ତ୍ତି ସ୍ଥଳରେ ସ୍ପ୍ରେ କରାଯାଉଥିଲା। ଏହି କାର୍ଯ୍ୟରେ ସଫେଇ କର୍ମଚାରୀ ନିୟୋଜିତ ରହୁଥିଲେ। ଏଥିସହ ୬ଟି ବଡ଼ ହ୍ୟାଣ୍ଡ ଫଗିଂ ମେଶିନ ମଧ୍ୟ କିଣାଯାଇଥିଲା। ଏହାଦ୍ୱାରା ମଧ୍ୟ ମଶାଧୂଆଁ ସ୍ପ୍ରେ କରାଯାଉଥିଲା। କିନ୍ତୁ ଏହାକୁ ଚଳାଇବା ପାଇଁ ଉପଯୁକ୍ତ ତାଲିମ ଅଭାବରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର ବ୍ୟବହାର ମଧ୍ୟ ଖୁବ୍‌ କମ୍‌ ଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା। କିନ୍ତୁ ଲକ୍ଷାଧିକ ଟଙ୍କାର ମେଶିନଗୁଡିକ ଅଚଳ ପରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ କୌଣସି ୱାର୍ଡରେ ମେଶିନଗୁଡିକ ବ୍ୟବହୃତ ହେଉ ନ ଥିବା ବହୁ କର୍ପୋରେଟର ଅଭିଯୋଗ କରିଛନ୍ତି। ମାଲାଥିନ ତେଲ ବିଇଏମ୍‌ସି ପକ୍ଷରୁ କିଣା ନ ଯିବାରୁ ଏହି ଫଗିଂ ମେଶିନ ବ୍ୟବହୃତ ହେଉ ନ ଥିବା ଅନ୍ୟ ଏକ କାରଣ ବୋଲି ମଧ୍ୟ କର୍ପୋରେଟର ଅଭିଯୋଗ କରିଛନ୍ତି। ଏଣୁ ପୂର୍ବରୁ କିଣାଯାଇଥିବା ହ୍ୟାଣ୍ଡ ଫଗିଂ ମେଶିନ ପ୍ରତି ୱାର୍ଡକୁ ପୁନର୍ବାର ପ୍ରଦାନ କରିବା ଲାଗି କର୍ପୋରେଟରମାନେ ଦାବି କରିଛନ୍ତି।
ଏ ନେଇ ବିଇଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମାନସ ରଞ୍ଜନ ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବର୍ତ୍ତମାନ ଡ୍ରେନ୍‌ରେ ମଶାବଂଶ ବୃଦ୍ଧି ରୋକିବାକୁ ତେଲ ସିଞ୍ଚନ କରାଯାଉଛି। ଆଗାମୀ ଦିନରେ ମଶାବଂଶ ବୃଦ୍ଧି ରୋକିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସାନିଟେଶନର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି କାରଣରୁ ହ୍ୟାଣ୍ଡ ଫଗିଂ ମେଶିନଗୁଡିକ ବ୍ୟବହୃତ ହୋଇପାରୁନାହିଁ। ଏହାର ମରାମତି କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟରେ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri