କେବଳ କନ୍ୟାର ସୌନ୍ଦର୍ଯ୍ୟ ନଦେଖି ଏଭଳି ଗୁଣ ଥିଲେ କରନ୍ତୁ ବିବାହ; ନଚେତ…

ବିବାହ ଜୀବନର ସବୁଠାରୁ ପବିତ୍ର ଅନୁଷ୍ଠାନ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ନେଇଥିବା ନିଷ୍ପତ୍ତି ଭୁଲ ନ ହୋଇଯାଉ ତାହା ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଘର, ବ୍ୟବସାୟ, ଧନ, ଜୀବନ ଏବଂ ମୋକ୍ଷ ସମ୍ବନ୍ଧୀୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। କେଉଁଭଳି ସ୍ତ୍ରୀଙ୍କୁ ବିବାହ କାହାକୁ କରିବା ଉଚିତ ସେ ବିଷୟରେ ଚାଣକ୍ୟ ମଧ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଜାଣନ୍ତୁ…

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି, ବୁଦ୍ଧିମାନ ବ୍ୟକ୍ତି ବିବାହ ପାଇଁ ସ୍ତ୍ରୀର ସୁନ୍ଦରତା ଦେଖେନାହିଁ। ବରଂ ତାର ଗୁଣ ଦେଖନ୍ତି।

– ଚାଣକ୍ୟ କୁହନ୍ତି, ଉଚ୍ଚକୂଳର ଅର୍ଥାତ ସଂସ୍କାରୀ ପରିବାରର ଝିଅ ଦେଖିବାକୁ ସୁନ୍ଦର ହୋଇ ନ ଥିଲେ ବି ତାଙ୍କୁ ବିବାହ କରିନେବା ଉଚିତ। କାରଣ ଝିଅର ଗୁଣ ହିଁ ବ୍ୟକ୍ତିର ପରିବାରକୁ ଆଗକୁ ନେଇଥାଏ।

-ବ୍ୟକ୍ତିଙ୍କୁ ବିବାହ ପାଇଁ କନ୍ୟାର ସଂସ୍କାର ଏବଂ ଚରିତ୍ରର ଧ୍ୟାନ ରଖିବା ଉଚିତ।

-ଚାଣକ୍ୟଙ୍କ ଅନୁସାରେ, ଧାର୍ମିକ ଏବଂ ଭଗବାନରେ ବିଶ୍ୱାସ ରଖୁଥିବା କନ୍ୟାର ବିଚାର ଭଲ ହୋଇଥାଏ। ଏହିଭଳି ଝିଅ ଶ୍ରେଷ୍ଠ ପରିବାର ନିର୍ମାଣ କରିବାରେ ସକ୍ଷମ ହୋଇଥାଏ ।