ସୋମବାର ପର୍ଯ୍ୟନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ରହିବେ ହମ୍‌ଜା: ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ,୨୩ା୭: ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପଦରୁ ହଟାଇବାଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ପୁଅ ହମ୍‌ଜା ଶରିଫ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଥମୁନି। ବାସ୍ତବରେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ହମ୍‌ଜା ଶରିଫ୍‌ ଶପଥ ଗ୍ରହଣ କରିବା ମାତ୍ରେ ଇମ୍ରାନଙ୍କ ପାର୍ଟି ପିଟିଆଇ ଏବଂ ଅନ୍ୟ ବିରୋଧୀ ଦଳ ପାକିସ୍ତାନ ରାସ୍ତାରେ ଏହାକୁ ବିରୋଧ କରିଥିଲେ। ଦେଶର ଅନେକ ସ୍ଥାନରେ ପିଟିଆଇ କାର୍ଯ୍ୟକର୍ତ୍ତାମାନେ ପ୍ରଦର୍ଶନ କରିଥିଲେ। କେବଳ ଏତିକି ନୁହେଁ, ପିଏମ୍‌ଏଲ୍‌-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ମଧ୍ୟ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। କୋର୍ଟରେ ଏହି ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ସୋମବାର ପର୍ଯ୍ୟନ୍ତ ହମ୍‌ଜା ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ଏହା ପରେ ବିରୋଧୀଙ୍କୁ ଝଟ୍‌କା ଲାଗିଛି।

Share