Categories: ଖେଳ

ଡି’ଆର୍ସିଙ୍କ ସହ ଚୁକ୍ତି କଲା ହାମ୍ପଶାୟାର

ସାଉଥାମ୍ପଟନ, ୧୮ା୫: ଜୁନ ୯ରୁ ଆରମ୍ଭ ହେବାକୁଥିବା ଟି୨୦ ବ୍ଲାଷ୍ଟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ହାମ୍ପଶାୟାର ହକ୍ସ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଡି’ଆର୍ସି ଶର୍ଟଙ୍କ ସହିତ ଚୁକ୍ତି କରିଛି। ଅଷ୍ଟ୍ରେଲିଆ ତରଫରୁ ୩୧ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଶର୍ଟଙ୍କର ବିଶ୍ୱର ଶ୍ରେଷ୍ଟ ଟି୨୦ ଟୁର୍ନାମେଣ୍ଟଗୁଡ଼ିକରେ ବହୁ ଅଭିଜ୍ଞତା ରହିଛି। ୩୦ ବର୍ଷୀୟ ଏହି କ୍ରିକେଟର ଟି୨୦ରେ ୧୨୩ ଇନିଂସ ଖେଳି ୩୫.୩୧ ଆଭରେଜରେ ୩,୯୯୧ ରନ ସଂଗ୍ରହ କରିସାରିଛନ୍ତି। ଜଣେ ବାମହାତୀ ରିଷ୍ଟ ସ୍ପିନର ଭାବେ ସେ ୪୮ ଉଇକେଟ ମଧ୍ୟ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହୋଇ ଆସୁଥିବା ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ତାଙ୍କ ଦଳ ହୋବାର୍ଟ ହରିକେନ୍ସ ସଫଳତା ପଛରେ ତାଙ୍କର ବିଶେଷ ଭୂମିକା ରହିଥାଏ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେ ରାଜସ୍ଥାନ ରୟାଲ୍ସ ଏବଂ କ୍ୟାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ସେଣ୍ଟ୍‌ ଲୁସିଆ ଷ୍ଟାର ତରଫରୁ ଖେଳି ସେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି।

Share