Posted inଖେଳ

ହାମିଲଟନଙ୍କୁ ୯୦ତମ ଗ୍ରାଁ ପ୍ରି ଟାଇଟଲ

ମୁଗେଲୋ, ୧୪ା୯ (ଇଟାଲି): ରବିବାର ଅନୁଷ୍ଠିତ ପ୍ରଥମ ଟସ୍କାନ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ମୋଟର ରେସ୍‌ରେ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କ ପଛରେ ପକାଇ ଟାଇଟଲ ବିଜୟୀ ହୋଇଛନ୍ତି। ଏହା ହେଉଛି ତାଙ୍କର ୯୦ ତମ ଗ୍ରାଁ ପ୍ରି ବିଜୟ। ଆଉ ଏକ ବିଜୟ ଦ୍ୱାରା ସେ ମାଇକେଲ ସୁମାକର (୯୧)ଙ୍କ ରେକର୍ଡ ସମକକ୍ଷ ହୋଇ ପାରିବେ। ଆସନ୍ତା ରବିବାର ରୁଷିଆର ସୋଚିଠାରେ ପରବର୍ତ୍ତୀ ରେସ୍‌ ହେବ। ହାମିଲଟନଙ୍କ ପାଇଁ ଏଥିରେ ସୁଯୋଗ ରହିଛି। ରେଡ୍‌ବୁଲ୍‌ର ଆଲେକ୍ସ ଆଲ୍‌ବନ ତୃତୀୟ ସ୍ଥାନ ସହ ପ୍ରଥମ ଥର ଫର୍ମୁଲା ଓ୍ବାନ ପୋଡିୟମ ଫିନିଶ କରିଛନ୍ତି। ଡାନିଏଲ ରିକାର୍ଡୋ (ରେନଲ୍ଟ) ଚତୁର୍ଥ ଏବଂ ସର୍ଗିଓ ପେରେଜ (ରେସିଂ ପଏଣ୍ଟ) ୫ମ ହୋଇଛନ୍ତି।
୬ଷ୍ଠ ରୁ ୧୦ମ ସ୍ଥାନ ଯଥାକ୍ରମେ ଲାଣ୍ଡୋ ନୋରିସ୍‌(ମ୍ୟାକଲରେନ), ଡାନିଲ କ୍ୟାତ୍‌ (ଆଲ୍‌ଫା ତାଉରି), ଚାଲର୍‌ସ ଲେକ୍‌ରେକ୍‌(ଫେରାରି), କିମି ରାଇକୋନେନ (ଆଲ୍‌ଫା ରୋମିଓ) ଓ ସେବାଷ୍ଟିଆନ ଭେଟେଲ (ଫେରାରି)ଅଧିକାର କରିଥିଲେ। ଘଟଣାବହୁଳ ଏହି ରେସ୍‌ର ପ୍ରଥମ ୮ଲାପ୍‌ ମଧ୍ୟରେ ଦୁଇଥର ସେଫ୍ଟି କାର୍‌ରର ସହାୟତା ନେବାକୁ ପଡ଼ିଥିଲା। କାର୍ଲୋସ ସେଞ୍ଜ (ମ୍ୟାକଲରେନ), ଲତିଫି (ଓ୍ବିଲିୟମ୍ସ), କେଭିନ୍‌ ମାଗ୍ନସେନ୍‌ (ହାସ୍‌)ଙ୍‌ କାର୍‌ ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ରେସ୍‌ରେ ସେମାନେ ବାଦ୍‌ ପଡ଼ିଥିଲେ। ଦୁଇଥର ରେଡ୍‌ ଫ୍ଲାଗ୍‌ ହେବା ଦିବସର ଅନ୍ୟତମ ଉଲ୍ଲେଖନୀୟ ଘଟଣା। ରେନଲ୍ଟର ଏଷ୍ଟିବାନ୍‌ ଓକନଙ୍କୁ ରିଟାୟର୍ଡ ନେବାକୁ ହୋଇଥିଲା। ୨୦୨୦ ସିଜନର ଏହା ଥିଲା ୯ମ ରେସ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri