ଟଙ୍କା ପାଇଁ ଆଖି ଅସ୍ତ୍ରୋପଚାର ଅଧାରୁ ଛାଡ଼ିଦେଲେ

ଯାଜପୁରରୋଡ୍‌,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ସହରରେ ଥିବା କିଛି ଘରୋଇ ନର୍ସିଂହୋମ ଓ ହସ୍ପିଟାଲରେ ଚିକିତ୍ସା ନାମରେ ଶୋଷଣ ଚାଲିଥିବା ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ବ୍ୟାସନଗର ସହରସ୍ଥିତ କ୍ରିଷ୍ଣା ଆଇ ହସ୍ପିଟାଲରେ ଟଙ୍କା ପାଇଁ ଜଣେ ରୋଗୀଙ୍କୁ ଅଧା ଅସ୍ତ୍ରୋପଚାର କରାଯାଇ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଉକ୍ତ ହସ୍ପିଟାଲକୁ ଗୁରୁବାର କୋରେଇ ଅଞ୍ଚଳର ଅବଦୁଲ ରେହମାନ ନାମକ ବ୍ୟକ୍ତି ଆସିଥିଲେ। ସମ୍ପୃକ୍ତ ହସ୍ପିଟାଲର ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଆଖି ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଅବଦୁଲ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇଥିଲା। ତେଣୁ ଅବଦୁଲଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇ ପ୍ରସ୍ତୁତି କରାଯାଇଥିଲା। ଅବଦୁଲଙ୍କୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଆଖି ପତାର ଚୁଟି କଟାଯାଇଥିଲା। କିନ୍ତୁ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା ଆଉ ୭,୫୦୦ ଟଙ୍କା ଲାଗିବ ଏବଂ ଜଲ୍‌ଦି ପୈଠ କରିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ତଥାପି ଟଙ୍କା ଯୋଗାଡ଼ କରି ଫୋନ ପେ’ ମାଧ୍ୟମରେ ପୈଠ କରିବାକୁ କହିଥିଲେ। ହେଲେ ଡାକ୍ତର ରାଜି ହୋଇ ନ ଥିଲେ। ଟଙ୍କା ନ ପହଞ୍ଚିବାରୁ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ଗୃହରୁ ବାହାର କରିଦେଇଥିଲେ। ପରେ ଅବଦୁଲ ଜାଣିବାକୁ ପାଇଥିଲେ ତାଙ୍କ ଆଖି ଅଧାଅସ୍ତ୍ରୋପଚାର କରାଯାଇଛି। ଯନ୍ତ୍ରଣା ହେବାରୁ ସେ ପରବର୍ତ୍ତୀ ସମୟରେ ହସ୍ପିଟାଲକୁ ଆସି ହୋହଲ୍ଲା କରିଥିଲେ। କଥା ଯାଜପୁରରୋଡ୍‌ ଥାନା ପର୍ଯ୍ୟନ୍ତ ଯାଇଥିଲା। ତେବେ ମାଗଣାରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପ୍ରତିଶ୍ରୁତି ଦେବା ପରେ ଅବଦୁଲଙ୍କ ପରିବାର ଶାନ୍ତ ପଡ଼ିଥିଲେ। ଅବଦୁଲଙ୍କ ପରିବାର ହସ୍ପିଟାଲ ଉପରୁ ବିଶ୍ୱାସ ତୁଟାଇଥିବାରୁ ଅସ୍ତ୍ରୋପଚାର କରିବେନି ବୋଲି ନିଷ୍ପତ୍ତି ନେଇ ଫେରି ଯାଇଥିଲେ। ତାଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଟଙ୍କାକୁ ହସ୍ପିଟାଲ ତରଫରୁ ଫେରାଇ ଦିଆଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବାରେ ସେ ଅସ୍ତ୍ରୋପଚାର କରିନାହାନ୍ତି ବୋଲି କହିଥିଲେ ା ଏଥିସହ ଘଟଣା ସମ୍ପର୍କରେ କିଛି କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?