ଟଙ୍କା ପାଇଁ ଆଖି ଅସ୍ତ୍ରୋପଚାର ଅଧାରୁ ଛାଡ଼ିଦେଲେ

ଯାଜପୁରରୋଡ୍‌,୧୪।୫(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ସହରରେ ଥିବା କିଛି ଘରୋଇ ନର୍ସିଂହୋମ ଓ ହସ୍ପିଟାଲରେ ଚିକିତ୍ସା ନାମରେ ଶୋଷଣ ଚାଲିଥିବା ଘଟଣା ସାମ୍ନାକୁ ଆସୁଛି। ଏହି କ୍ରମରେ ବ୍ୟାସନଗର ସହରସ୍ଥିତ କ୍ରିଷ୍ଣା ଆଇ ହସ୍ପିଟାଲରେ ଟଙ୍କା ପାଇଁ ଜଣେ ରୋଗୀଙ୍କୁ ଅଧା ଅସ୍ତ୍ରୋପଚାର କରାଯାଇ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଉକ୍ତ ହସ୍ପିଟାଲକୁ ଗୁରୁବାର କୋରେଇ ଅଞ୍ଚଳର ଅବଦୁଲ ରେହମାନ ନାମକ ବ୍ୟକ୍ତି ଆସିଥିଲେ। ସମ୍ପୃକ୍ତ ହସ୍ପିଟାଲର ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଆଖି ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଅବଦୁଲ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଯୋଗାଡ଼ କରିବା କଷ୍ଟସାଧ୍ୟ ହୋଇଥିଲା। ତେଣୁ ଅବଦୁଲଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇ ପ୍ରସ୍ତୁତି କରାଯାଇଥିଲା। ଅବଦୁଲଙ୍କୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଆଖି ପତାର ଚୁଟି କଟାଯାଇଥିଲା। କିନ୍ତୁ ଡାକ୍ତର ପ୍ରଫୁଲ୍ଲ କୁମାର ବେହେରା ଆଉ ୭,୫୦୦ ଟଙ୍କା ଲାଗିବ ଏବଂ ଜଲ୍‌ଦି ପୈଠ କରିବାକୁ କହିଥିଲେ। ଏଭଳି ପରିସ୍ଥିତିରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ତଥାପି ଟଙ୍କା ଯୋଗାଡ଼ କରି ଫୋନ ପେ’ ମାଧ୍ୟମରେ ପୈଠ କରିବାକୁ କହିଥିଲେ। ହେଲେ ଡାକ୍ତର ରାଜି ହୋଇ ନ ଥିଲେ। ଟଙ୍କା ନ ପହଞ୍ଚିବାରୁ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ଗୃହରୁ ବାହାର କରିଦେଇଥିଲେ। ପରେ ଅବଦୁଲ ଜାଣିବାକୁ ପାଇଥିଲେ ତାଙ୍କ ଆଖି ଅଧାଅସ୍ତ୍ରୋପଚାର କରାଯାଇଛି। ଯନ୍ତ୍ରଣା ହେବାରୁ ସେ ପରବର୍ତ୍ତୀ ସମୟରେ ହସ୍ପିଟାଲକୁ ଆସି ହୋହଲ୍ଲା କରିଥିଲେ। କଥା ଯାଜପୁରରୋଡ୍‌ ଥାନା ପର୍ଯ୍ୟନ୍ତ ଯାଇଥିଲା। ତେବେ ମାଗଣାରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପ୍ରତିଶ୍ରୁତି ଦେବା ପରେ ଅବଦୁଲଙ୍କ ପରିବାର ଶାନ୍ତ ପଡ଼ିଥିଲେ। ଅବଦୁଲଙ୍କ ପରିବାର ହସ୍ପିଟାଲ ଉପରୁ ବିଶ୍ୱାସ ତୁଟାଇଥିବାରୁ ଅସ୍ତ୍ରୋପଚାର କରିବେନି ବୋଲି ନିଷ୍ପତ୍ତି ନେଇ ଫେରି ଯାଇଥିଲେ। ତାଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଟଙ୍କାକୁ ହସ୍ପିଟାଲ ତରଫରୁ ଫେରାଇ ଦିଆଯାଇଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବାରେ ସେ ଅସ୍ତ୍ରୋପଚାର କରିନାହାନ୍ତି ବୋଲି କହିଥିଲେ ା ଏଥିସହ ଘଟଣା ସମ୍ପର୍କରେ କିଛି କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ସହରାଞ୍ଚଳରେ ଛୁଇଁନି ୮୦% ମତଦାନ

ଯାଜପୁର,୧୮ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର କୋରେଇ ଓ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ସହର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ରହିଛି। ତେବେ ଗତ ୩...

ନେତାଙ୍କୁ ଅଡୁଆ ଅଧାପନ୍ତରିଆ କାମ

ଯାଜପୁର,୧୭ା୪(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନ ଗ୍ରାମାଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖି ବିଜୁ ସେତୁ ଯୋଜନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ଯାଜପୁର ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଯାତ୍ରୀବାହୀ ବସ୍‌ ଖସିପଡିଛି। ଏଥିରେ ୩ ଜଣଙ୍କର...

ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୫ ଗୁରୁତର

ଭୁବନେଶ୍ୱର,୧୫।୪: ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା। ଏନଏଚ-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ ତଳକୁ ଖସିଲା ଯାତ୍ରୀବାହୀ ବସ୍‌। ଏଥିରେ ୩ ଜଣଙ୍କର ମୃତ୍ୟୁ...

ରାସ୍ତା ନଷ୍ଟ କରୁଛି ଓଭର ଲୋଡିଂ ହାଇଓ୍ବା

ପ୍ରୀତିପୁର,୧୫ା୪(ସୁଶାନ୍ତ ବେହୁରିଆ): ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଜନକଲ୍ୟାଣକାରୀ ସରକାରଙ୍କ ମୂଳ ଲକ୍ଷ୍ୟ ଓ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ମାତ୍ର କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri