ଅଧା ପ୍ରକଳ୍ପ ଅସମ୍ପୂର୍ଣ୍ଣ: କଳାହାଣ୍ଡିରେ ବସୁଧା ଯୋଜନା ସ୍ଥିତି ଉଦ୍‌ବେଗଜନକ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର କଳାହାଣ୍ଡିରେ ନିର୍ମାଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ବାଟ ହୁଡିଥିବାବେଳେ କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ’ର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜିଲାରେ ବସୁଧା କାମ ୩୦ ପ୍ରତିଶତ ବି ହୋଇନାହିଁ। କଳାହାଣ୍ଡି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ଜିଲାର ବିଭିନ୍ନ ବ୍ଲକରେ ବସୁଧା ଯୋଜନା ସ୍ଥିତି ଉଦ୍‌ବେଗଜନକ ରହିଛି।
ଭବାନୀପାଟଣା ସଦର ବ୍ଲକଠାରୁ ଆରମ୍ଭ କରି ଉପାନ୍ତ ଥୁଆମୂଳ ରାମପୁର, ଲାଞ୍ଜିଗଡ଼ରେ ଓଭରହେଡ୍‌ ଟାଙ୍କି ନିର୍ମାଣ ଓ ପାଇପ୍‌ ବିଛାରେ ପ୍ରକଳ୍ପ ପିଛା ପ୍ରାୟ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ନିମ୍ନମାନର କାମ ଯୋଗୁ ଅଧିକାଂଶ ପ୍ରକଳ୍ପ ଫେଲ ମାରିଛି। ଭବାନୀପାଟଣା ବ୍ଲକ ଋଷିଗାଁ ହେଉ ଅବା ଶଗଡ଼ା ପଞ୍ଚାୟତର ଲବଣେଶ୍ୱରଠାରେ ଓଭରହେଡ ଟାଙ୍କି ସହ ପାଇପ ବିଛା ଯାଇଛି। ମାତ୍ର ଦୁଇବର୍ଷ ହେଲା ଲୋକେ ପାଣି ପାଇ ନ ଥିବାବେଳେ ଅଞ୍ଚଳବାସୀଙ୍କୁ ଜଳ କଷ୍ଟ କନ୍ଦାଉଛି। ସେହିପରି ‘ବସୁଧା’ ପ୍ରକଳ୍ପ ପରେ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ’। ଏହି ପ୍ରକଳ୍ପ ପିଛା ପାଖାପାଖି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ବିଭାଗର ସୂଚନାମତେ, ଅର୍ଥିକବର୍ଷ ୨୦୨୪ରେ ୨୪୯୪, ୫୯ କୋଟି ସରକାର କେବଳ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ସକାଶେ ଅନୁମୋଦନ କରିଥିଲେ। ୨୦୬୨ ରାଜସ୍ବ ଗ୍ରାମକୁ ଏଥିରେ ସାମିଲ କରାଯାଇଛି। ୫୪୬ଟି ପ୍ରକଳ୍ପ କରାଯିବ। ଏଥିରେ ୬ଟି ମେଗା ପ୍ରକଳ୍ପ ରହିଛି, ଯାହାକି ୪୧୨ଟି ଗାଁକୁ ଜଳ ଯୋଗାଇବ। ଏହାସହ ୩୯୦ ଗାଁର ଏକକ ପ୍ରକଳ୍ପ ଓ ୨୭୯ ଗାଁରେ ସୋଲାର ପ୍ରକଳ୍ପ ନିର୍ମାଣ ହେବ। ମାତ୍ର ଏକବର୍ଷ ବିତିଯାଇଥିବା ବେଳେ ଏବେବି ୩୨୪ଟି ପ୍ରକଳ୍ପ କେବଳ ଟେଣ୍ଡରରେ ସୀମିତ ରହିଛି। ୮୭ ସୋଲାର ପ୍ରକଳ୍ପ ପାଇଁ ମଧ୍ୟ କେବଳ ଟେଣ୍ଡର ଡକାଯାଇଛି। ତାହା କିଭଳି ଚଳିତବର୍ଷ ଲୋକଙ୍କ ଜଳକଷ୍ଟ ଦୂର କରିବ ତାହା ଦେଖିବା କଥା। ଜିଲାର ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ଜୟପାଟଣା, ଜୁନାଗଡ଼ ଅଞ୍ଚଳରେ ଆରମ୍ଭ ହୋଇଥିବା ମେଗା ଜଳଯୋଗାଣ ପ୍ରକଳ୍ପ ବର୍ତ୍ତମାନ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ଏସବୁ ପ୍ରକଳ୍ପର ୬୦ପ୍ରତିଶତର କେବଳ ଇନ୍‌ଟେକ ୱେଲ, ଡବୁଟିପି ୫୫%, ୩୬ପ୍ରତିଶତ ପାଇପ କାମ ଓ ୨୭ଟି ଓଭରହେଡ ଟାଙ୍କିରୁ ୧୭ଟିର ମାତ୍ର ୩୦ ପ୍ରତିଶତ କାମ ହୋଇଛି। ଏଥିରୁ ପ୍ରକଳ୍ପ ନିର୍ମାଣ ଗତି ସହଜେ ଅନୁମେୟ। ସେହିପରି ୨୦୨୧ରୁ ୩୨୪ଟି ସୋଲର ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୪୯୮.୯୯ ଲକ୍ଷରେ ଇଆଇସି ସହ ଏଗ୍ରିମେଣ୍ଟ କରାଯାଇଥିଲା। ସେଥି ମଧ୍ୟରୁ ଶତାଧିକ ଅସମ୍ପୂର୍ଣ୍ଣ। ଏବେ ବି କଳାହାଣ୍ଡିର ୩୯୭୯୦୦ ପରିବାର ମଧ୍ୟରୁ ୨୦୮୫୦୩ ପରିବାର ପାନୀୟ ଜଳରୁ ବଞ୍ଚତ୍ତ ଅଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri