ଅଧା ପ୍ରକଳ୍ପ ଅସମ୍ପୂର୍ଣ୍ଣ: କଳାହାଣ୍ଡିରେ ବସୁଧା ଯୋଜନା ସ୍ଥିତି ଉଦ୍‌ବେଗଜନକ

ଭବାନୀପାଟଣା,୧୩ା୩(ଉତ୍ତମ କୁମାର ଦାଶ):ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗାଁ ଗାଁରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହେଲା। ମାତ୍ର କଳାହାଣ୍ଡିରେ ନିର୍ମାଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବସୁଧା ପ୍ରକଳ୍ପ ବାଟ ହୁଡିଥିବାବେଳେ କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ’ର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଜିଲାରେ ବସୁଧା କାମ ୩୦ ପ୍ରତିଶତ ବି ହୋଇନାହିଁ। କଳାହାଣ୍ଡି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ଜିଲାର ବିଭିନ୍ନ ବ୍ଲକରେ ବସୁଧା ଯୋଜନା ସ୍ଥିତି ଉଦ୍‌ବେଗଜନକ ରହିଛି।
ଭବାନୀପାଟଣା ସଦର ବ୍ଲକଠାରୁ ଆରମ୍ଭ କରି ଉପାନ୍ତ ଥୁଆମୂଳ ରାମପୁର, ଲାଞ୍ଜିଗଡ଼ରେ ଓଭରହେଡ୍‌ ଟାଙ୍କି ନିର୍ମାଣ ଓ ପାଇପ୍‌ ବିଛାରେ ପ୍ରକଳ୍ପ ପିଛା ପ୍ରାୟ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ନିମ୍ନମାନର କାମ ଯୋଗୁ ଅଧିକାଂଶ ପ୍ରକଳ୍ପ ଫେଲ ମାରିଛି। ଭବାନୀପାଟଣା ବ୍ଲକ ଋଷିଗାଁ ହେଉ ଅବା ଶଗଡ଼ା ପଞ୍ଚାୟତର ଲବଣେଶ୍ୱରଠାରେ ଓଭରହେଡ ଟାଙ୍କି ସହ ପାଇପ ବିଛା ଯାଇଛି। ମାତ୍ର ଦୁଇବର୍ଷ ହେଲା ଲୋକେ ପାଣି ପାଇ ନ ଥିବାବେଳେ ଅଞ୍ଚଳବାସୀଙ୍କୁ ଜଳ କଷ୍ଟ କନ୍ଦାଉଛି। ସେହିପରି ‘ବସୁଧା’ ପ୍ରକଳ୍ପ ପରେ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ‘ଜଳ ଜୀବନ ମିଶନ’। ଏହି ପ୍ରକଳ୍ପ ପିଛା ପାଖାପାଖି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ବିଭାଗର ସୂଚନାମତେ, ଅର୍ଥିକବର୍ଷ ୨୦୨୪ରେ ୨୪୯୪, ୫୯ କୋଟି ସରକାର କେବଳ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ସକାଶେ ଅନୁମୋଦନ କରିଥିଲେ। ୨୦୬୨ ରାଜସ୍ବ ଗ୍ରାମକୁ ଏଥିରେ ସାମିଲ କରାଯାଇଛି। ୫୪୬ଟି ପ୍ରକଳ୍ପ କରାଯିବ। ଏଥିରେ ୬ଟି ମେଗା ପ୍ରକଳ୍ପ ରହିଛି, ଯାହାକି ୪୧୨ଟି ଗାଁକୁ ଜଳ ଯୋଗାଇବ। ଏହାସହ ୩୯୦ ଗାଁର ଏକକ ପ୍ରକଳ୍ପ ଓ ୨୭୯ ଗାଁରେ ସୋଲାର ପ୍ରକଳ୍ପ ନିର୍ମାଣ ହେବ। ମାତ୍ର ଏକବର୍ଷ ବିତିଯାଇଥିବା ବେଳେ ଏବେବି ୩୨୪ଟି ପ୍ରକଳ୍ପ କେବଳ ଟେଣ୍ଡରରେ ସୀମିତ ରହିଛି। ୮୭ ସୋଲାର ପ୍ରକଳ୍ପ ପାଇଁ ମଧ୍ୟ କେବଳ ଟେଣ୍ଡର ଡକାଯାଇଛି। ତାହା କିଭଳି ଚଳିତବର୍ଷ ଲୋକଙ୍କ ଜଳକଷ୍ଟ ଦୂର କରିବ ତାହା ଦେଖିବା କଥା। ଜିଲାର ଗୋଲାମୁଣ୍ଡା, ଥୁଆମୂଳ ରାମପୁର, ଜୟପାଟଣା, ଜୁନାଗଡ଼ ଅଞ୍ଚଳରେ ଆରମ୍ଭ ହୋଇଥିବା ମେଗା ଜଳଯୋଗାଣ ପ୍ରକଳ୍ପ ବର୍ତ୍ତମାନ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ଏସବୁ ପ୍ରକଳ୍ପର ୬୦ପ୍ରତିଶତର କେବଳ ଇନ୍‌ଟେକ ୱେଲ, ଡବୁଟିପି ୫୫%, ୩୬ପ୍ରତିଶତ ପାଇପ କାମ ଓ ୨୭ଟି ଓଭରହେଡ ଟାଙ୍କିରୁ ୧୭ଟିର ମାତ୍ର ୩୦ ପ୍ରତିଶତ କାମ ହୋଇଛି। ଏଥିରୁ ପ୍ରକଳ୍ପ ନିର୍ମାଣ ଗତି ସହଜେ ଅନୁମେୟ। ସେହିପରି ୨୦୨୧ରୁ ୩୨୪ଟି ସୋଲର ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୪୯୮.୯୯ ଲକ୍ଷରେ ଇଆଇସି ସହ ଏଗ୍ରିମେଣ୍ଟ କରାଯାଇଥିଲା। ସେଥି ମଧ୍ୟରୁ ଶତାଧିକ ଅସମ୍ପୂର୍ଣ୍ଣ। ଏବେ ବି କଳାହାଣ୍ଡିର ୩୯୭୯୦୦ ପରିବାର ମଧ୍ୟରୁ ୨୦୮୫୦୩ ପରିବାର ପାନୀୟ ଜଳରୁ ବଞ୍ଚତ୍ତ ଅଛନ୍ତି। ଫଳରେ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri