ଦୁର୍ବଳ ହୋଇଛି ଅଧା ଗଣତନ୍ତ୍ର

ଷ୍ଟକ୍‌ହୋମ୍‌,୧ା୧୨: ଥିଙ୍କଟ୍ୟାଙ୍କ ଇଣ୍ଟରନ୍ୟାଶନାଲ ଆଇଡିଆ ପକ୍ଷରୁ ମୋଟ ୧୭୩ଟି ଦେଶକୁ ନେଇ ସମୀକ୍ଷା କରାଯାଇଥିଲା। ୧୦୪ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ୫୨ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ ହରାଇ ବସିଛନ୍ତି। କେବଳ ଏସିଆରେ ୫୪% ଲୋକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛନ୍ତି। ଉକ୍ତ ରାଷ୍ଟ୍ରଗୁଡ଼ିକରେ ଏକଚ୍ଛତ୍ରବାଦ ବୃଦ୍ଧି ପାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ୱର ଅଧା ଗଣତନ୍ତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ପରିଲକ୍ଷିତ ହୋଇଛି। ୟୁକ୍ରେନ୍‌ ଯୁଦ୍ଧ ଓ ଆର୍ଥିକ ସଙ୍କଟ ଯୋଗୁ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ବୋଲି ବୁଧବାର ଅନ୍ତର୍ଜାତୀୟ ବିଚାରମଞ୍ଚ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ଆସିଷ୍ଟାନ୍ସ (ଆଇଡିଆ) ମହାସଚିବ କେଭ୍‌ଲିନ୍‌ କାସାସ୍‌-ଜାମୋରା କହିଛନ୍ତି, ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅଭୂତପୂର୍ବ ଅବକ୍ଷୟ ଦେଖିବାକୁ ମିଳିଛି। କୋଭିଡ୍‌-୧୯ ମହାମାରୀ ଓ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସୃଷ୍ଟ ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ନିର୍ବାଚନଗୁଡ଼ିକର ବିଶ୍ୱସନୀୟତାକୁ ଚ୍ୟାଲେଞ୍ଜ କରାଯାଇପାରେ। ଏପରି କି ବିଭିନ୍ନ ରାଷ୍ଟ୍ରର ଆଇନକୁ ଟାର୍ଗେଟ କରାଯାଇପାରେ।

ନାଗରିକଙ୍କ ସ୍ବାଧୀନତା କ୍ଷୁଣ୍ଣ ହୋଇପାରେ। ପୂର୍ବରୁ ଗଣତନ୍ତ୍ର ସର୍ବାଧିକ ଧରାଶାୟୀ ହୋଇଥିବା ୬ ‘ବ୍ୟାକ୍‌ସ୍ଲାଇଡିଂ’ ରାଷ୍ଟ୍ର ଥିବାବେଳେ ଗତବର୍ଷ ଏହି ସଂଖ୍ୟା ୭କୁ ବଢ଼ିଛି। ଏଭଳି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ଆମେରିକା ରହିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ରାଜିଲ, ହଙ୍ଗେରି, ଭାରତ, ମରିସସ୍‌, ପୋଲାଣ୍ଡ ଓ ଏଲ୍‌ ସାଲ୍‌ଭାଡୋର ରହିଛି। ରାଜନୈତିକ ଧ୍ରୁବୀକରଣ, ନାଗରିକ ସ୍ବାଧୀନତା ପ୍ରତି ବିପଦ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଟାର୍ଗେଟ କରାଯାଉଛି। ବିଶେଷକରି ଆମେରିକାରେ ଯାହା ସବୁ ଘଟୁଛି ତାକୁ ଦେଖି ଆମେ ମର୍ମାହତ ବୋଲି କେଭ୍‌ଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହାକୁ ଡରୁଥିଲା ପାକିସ୍ତାନ, କେମିତି ନଇଁଲା ଆଉ କିଏ ବୁଝାଇଲା? ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚର ଇନସାଇଡ ଷ୍ଟୋରୀ

ନୂଆଦିଲ୍ଲୀ,୧୦।୨: ପାକିସ୍ତାନ ସରକାର ମ୍ୟାଚ ବର୍ଜନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ପାକିସ୍ତାନର ଏହି ନିଷ୍ପତ୍ତି ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅଚଳାବସ୍ଥାର ଅନ୍ତ ଘଟାଇଛି। ୨୦୨୬ ଟି-୨୦ ବିଶ୍ୱକପର…

କୁମ୍ଭ ରାଶିରେ ବୁଧଙ୍କ ଉଦୟ, ଚମକିବ ୩ ରାଶିର ଭାଗ୍ୟ

ଫେବୃଆରୀ ୯ ତାରିଖରେ ବୁଧ କୁମ୍ଭ ରାଶିରେ ଉଦିତ ହୋଇଛନ୍ତି। ବୁଧଙ୍କ ଏହି ଉଦିତ ଫେବୃଆରୀ ମାସରେ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିପାରେ।…

ଅଷ୍ଟ୍ରେଲିଆରେ ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ବିରୋଧ, ହେଲେ କାହିଁକି ହେଲା ପ୍ରଦର୍ଶନ? ଜାଣନ୍ତୁ…

ସିଡନୀ,୧୦।୨: ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହର୍ଜୋଗ ଅଷ୍ଟ୍ରେଲିଆ ଗସ୍ତରେ ଆସୁଛନ୍ତି। ସେ ସୋମବାର ଚାରି ଦିନିଆ ଗସ୍ତ ପାଇଁ ସିଡନୀରେ ପହଞ୍ଚିଥିଲେ। ଗତ ଡିସେମ୍ବରରେ ବଣ୍ଡି ବିଚ…

ICCର ବଡ଼ ଘୋଷଣା: ଏହି ଦଳରେ ସାମିଲ ହେଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୧୦।୨: ଆଇସିସି ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ଐତିହାସିକ ବିଜୟର ନାୟକ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ମା’ବାପାଙ୍କ ଗାଳିକୁ ସହିପାରିଲେନି, ଏକାଥରେ ବିଷ ପିଇ ୪ ନାବାଳିକାଙ୍କ ଆତ୍ମହତ୍ୟା

ଔରଙ୍ଗାବାଦ,୧୦।୨: ପୁଅମାନଙ୍କ ସହ ମିଳାମିଶା କରୁଥିବାରୁ ଝିଅଙ୍କୁ ସେମାନଙ୍କ ମା’ବାପା ଗାଳିଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ୫ ନାବାଳିକା ଏକାଠି ବିଷ ପିଇଦେଲେ । ସେମାନଙ୍କ ମଧ୍ୟରୁ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri