Categories: ଫୁରସତ

ଏହି ଗର୍ତ୍ତରେ ଶୋଷିତ ହୁଏ ଅଧା ନଦୀର ପାଣି

ଦୁନିଆ ଅନେକ ଅଜବ ରହସ୍ୟରେ ପରିପୂର୍ଣ୍ଣ। ମଣିଷମାନେ ଏହି ରହସ୍ୟ ବିଷୟରେ ଜାଣିବା ଏବଂ ସମାଧାନ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ମାତ୍ର ମନୁଷ୍ୟ ଅନେକ ରହସ୍ୟ ଉନ୍ମୋଚନ କରିଛି, ତଥାପି ଅନେକ ରହସ୍ୟ ଆଜି ବି ଅସମାହିତ। ଏପରି ଏକ ଜାଗା ଅଛି, ଯେଉଁସ୍ଥାନରଏକ ଛୋଟ ଗର୍ତ୍ତରେ ଅଧା ନଦୀର ପାଣି  ଅବଶୋଷିତ ହୁଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ ଏତେ ଜଳ କେଉଁ ଆଡ଼େ ଯାଉଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହି ରହସ୍ୟମୟ ସ୍ଥାନ ହେଉଛି ଆମେରିକାର ଏକ ଜଳପ୍ରପାତ। ଯେଉଁଠାରେ ରହିଛି ଏକ ଛୋଟ ଗର୍ତ୍ତ। ଏହି ଗର୍ତ୍ତ ‘ଦ ଡେଭିଲ୍‌ସ କେଟେଲ’ ଭାବରେ ଜଣାଶୁଣା। ନଦୀର ଅଧା ଜଳ ଏହି ଗର୍ତ୍ତରେ ଶୋଷିତ ହୁଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ବୈଜ୍ଞାନିକ ଏ ସମ୍ପର୍କରେ ଜାଣିନାହାନ୍ତି ଯେ, ଏତେ ଜଳ ଯାଉଛି କୁଆଡ଼େ। ଏହି ସ୍ଥାନ ଆମେରିକାର ‘ସୁପରିୟର ଲେକ୍‌’ର ଉତ୍ତର ପାର୍ଶ୍ୱରେ ରହିଛି। ଏହା ନିକଟରେ ମିନେସୋଟା, ଜଜ୍‌ ସି। ମ୍ୟାଗ୍ନେସି ପାର୍କ ମଧ୍ୟ ରହିଛି। ଏହି ଜଳପ୍ରପାତ ଯେତିକି ସୁନ୍ଦର ସେତିକି ରହସ୍ୟମୟ। ଏହି ଚମତ୍କାର ଜଳପ୍ରପାତ ବିଷୟରେ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଛ। ଏହି ଝରଣାର ଉତ୍ସ ହେଉଛି ବ୍ରୁଲ ନଦୀର ଜଳ। ଜଙ୍ଗଲରେ ଝରଣା ପାଣି ଚଟାଣ ପଥର ରାସ୍ତାକୁ ଖସିଯାଏ ଏବଂ ବହୁ ଉଚ୍ଚତାର, ଗର୍ତ୍ତରେ ପ୍ରବେଶ କରିବା ପରେ ଝରଣାର ଜଳ କେଉଁଠାକୁ ଯାଏ ତାହା ଆଜି ପର୍ଯ୍ୟନ୍ତ କାହାକୁ ଜଣା ନାହିଁ। ଏହାକୁ ଖୋଜିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ।

Share