ବିଶ୍ୱର ଅଧା ହସ୍ପିଟାଲରେ ସ୍ବଚ୍ଛତାର ଅଭାବ: ଜାତିସଂଘ

ଜେନେଭା: ବିଶ୍ୱର ଅଧା ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ ଜରୁରୀ ସ୍ବଚ୍ଛତା ଆପଣାଯାଉ ନାହିଁ। ଏଥିଯୋଗୁ ପ୍ରାୟ ୪ ବିଲିୟନ୍‌ ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏହି ସ୍ବାସ୍ଥ୍ୟସେବା ସୁବିଧାରେ ରୋଗୀଙ୍କ ପାଇଁ ପାଣି ଓ ସାବୁନ କିମ୍ବା ହ୍ୟାଣ୍ଡଓ୍ବାଶ୍‌ର ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ଟଏଲେଟ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରାୟ ୩.୮୫ ବିଲିୟନ ଲୋକ ଏହି ହସ୍ପିଟାଲଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବାରୁ ସେମାନେ ସଂକ୍ରମିତ ହେବା ଆଶଙ୍କା ଉପୁଜିଛି। ସେମାନଙ୍କ ମଧ୍ୟରୁ ୬୮୮ ନିୟୁତ ଲୋକ ପରିଚ୍ଛନ୍ନ ସେବା ଆଦୌ ପାଇ ନ ଥାନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ପକ୍ଷରୁ ଆୟୋଜିତ ଏକ ମିଳିତ କାର୍ଯ୍ୟକ୍ରମରେ କୁହାଯାଇଛି।
ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ମିଳୁଥିବା ସୁବିଧା ଓ ଚିକିତ୍ସାର ସ୍ବଚ୍ଛତାରେ ଆଦୌ ସାଲିସ୍‌ କରାଯାଇପାରିବ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓର ମାରିଆ ନେଇରା କହିଛନ୍ତି। ମହାମାରୀରୁ ଆରୋଗ୍ୟ, ନିରାକରଣ ଓ ମୁକାବିଲା ପ୍ରସ୍ତୁତି ପାଇଁ ଏଥିରେ ଉନ୍ନତି କରାଯିବା ଜରୁରୀ। ସ୍ବଚ୍ଛଜଳ, ପରିଚ୍ଛନ୍ନ ପାଇଖାନା ଓ ହସ୍ପିଟାଲଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁର ସୁରକ୍ଷିତ ପରିଚାଳନା ଭଳି ମୌଳିକ କ୍ଷେତ୍ରରେ ନିବେଶ ନ ବଢ଼ାଇଲେ ସ୍ବଚ୍ଛତା ହାସଲ କଷ୍ଟକର। ୪୦ ଦେଶରୁ ସଂଗୃହୀତ ତଥ୍ୟ ହସ୍ପିଟାଲଗୁଡ଼ିକର ବିପଜ୍ଜନକ ଚିତ୍ରକୁ ଦର୍ଶାଉଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଭଳି ଅବ୍ୟବସ୍ଥା ଯୋଗୁ ଗର୍ଭବତୀ ମା, ନବଜାତ ଶିଶୁମାନେ ମୃତ୍ୟୁ ଆଡ଼କୁ ଠେଲି ହୋଇଯାଉଛନ୍ତି। ପ୍ରତିବର୍ଷ ପ୍ରାୟ ୬ଲକ୍ଷ ୭୦ ହଜାର ନବଜାତ ଶିଶୁ ଏହି କାରଣରୁ ପ୍ରାଣ ହରାଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ସାରା ବିଶ୍ୱ କଥା ଦେଖିଲେ ସହରାଞ୍ଚଳରେ ୩% ଓ ଗ୍ରାମାଞ୍ଚଳରେ ୧୧% ହସ୍ପିଟାଲକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରା ନ ଯିବା କାରଣରୁ ହସ୍ପିଟାଲ ପରିବେଶ ଖରାପ ହେବାରେ ଲାଗିଛି ବୋଲି ଜାତିସଂଘ ନିଜ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘୫ବର୍ଷ ପାଇଁ ଭାରତର ଗ୍ୟାସ ଯୋଗାଣ ଉପରେ ପ୍ରଭାବ…’ LNG ପ୍ଲାଣ୍ଟ ନଷ୍ଟ ହେବା ପରେ କାତାରର ବଡ଼ ବୟାନ

ନୂଆଦିଲ୍ଲୀ,୨୦।୩: କାତାର ଏନର୍ଜିର ସିଇଓ ଏବଂ ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଇରାନ ଆକ୍ରମଣ କାତାରର ପ୍ରାୟ ୧୭ ପ୍ରତିଶତ ଏଲଏନଜି ରପ୍ତାନି…

୨୬ ତାରିଖ ଯାଏ ବର୍ଷା, ୧୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୩(ବନ୍ଦନା ସେଠୀ): ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଗତ ୨୪ଘଣ୍ଟାରେ ୧୩ଟି ସ୍ଥାନରେ ବର୍ଷା ହୋଇଛି। କୋରାପୁଟର ବୋରିଗୁମ୍ମାଠାରେ ସର୍ବାଧିକ ୫୭.୪ ମି.ମି.…

ଟ୍ରକକୁ ଧକ୍କା ଦେଲା କାର୍, ଦୁର୍ଘଟଣାରେ ଅବସରପ୍ରାପ୍ତ ଏସଡିଏମଓଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର…

ଏମିତି ନିଷ୍ପତ୍ତି ନେବାକୁ ଯାଉଛନ୍ତି ଟ୍ରମ୍ପ: ଭାରତକୁ ହେବ ବଡ଼ ଫାଇଦା

ଓ୍ବାଶିଂଟନ୍‌,୨୦।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରେ। ରିପୋର୍ଟ ଅନୁଯାୟୀ ଆମେରିକା ବର୍ତ୍ତମାନ ସମୁଦ୍ରରେ ଜାହାଜରେ ଫସି ରହିଥିବା…

ଠିକା ସର୍ବସ୍ବ ପାଲଟୁଛି ପ୍ରକଳ୍ପ, କାମରେ ଆସୁନି

ଲୋଇସିଂହା,୨୦।୩(ସୁଶାନ୍ତ ବାରିକ):ଗ୍ରାମାଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି ା ହେଲେ ସେହି ପ୍ରକଳ୍ପଗୁଡିକ ଲୋକଙ୍କ କାମରେ ଆସୁନାହିଁ। ଏଭଳି ଏକ ପ୍ରକଳ୍ପ ହେଉଛି ବର୍ଜ୍ୟବସ୍ତୁ…

ଟ୍ରମ୍ପଙ୍କୁ ନେଇ ବଡ଼ ଖୁଲାସା କଲେ ନେତାନ୍ୟାହୁ: ଚାହିଁ ରହିଗଲା ବିଶ୍ୱ, ଆଗକୁ ହେବ…

ଜେରୁଜେଲମ,୨୦।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶୁକ୍ରବାର ଆମେରିକାକୁ ଇରାନ ସହିତ ଯୁଦ୍ଧକୁ ଟାଣି ନେଇଥିବା ଦାବିକୁ ଖାରଜ କରିଦେଇଛନ୍ତି। ସେ ଏହି ରିପୋର୍ଟଗୁଡ଼ିକୁ ‘ମିଥ୍ୟା ଖବର’…

ଗଛକୁ ପିଟି ଓଲଟିଲା ଅଲ୍ଟୋ କାର, ଚାଲିଗଲା ୨ଜଣଙ୍କ ଜୀବନ

ନନ୍ଦପୁର,୨୦।୩(ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁରୁବାର ମଧ୍ୟରାତ୍ରରେ…

ମଧ୍ୟପ୍ରାଚ୍ୟ: ଇନ୍ଧନ ପାଲଟିଛି ଅସ୍ତ୍ର

ତେହରାନ୍‌,୨୦।୩: ଆମେରିକା-ଇରାନ୍‌ ଯୁଦ୍ଧକୁ ୨୦ ଦିନ ବିତିଛି । ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ଆହୁରି ତୀବ୍ର ହୋଇଛି। ଆମେରିକା ଓ ଇସ୍ରାଏଲ ଇରାନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri