ବିଶ୍ୱର ଅଧା ହସ୍ପିଟାଲରେ ସ୍ବଚ୍ଛତାର ଅଭାବ: ଜାତିସଂଘ

ଜେନେଭା: ବିଶ୍ୱର ଅଧା ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ ଜରୁରୀ ସ୍ବଚ୍ଛତା ଆପଣାଯାଉ ନାହିଁ। ଏଥିଯୋଗୁ ପ୍ରାୟ ୪ ବିଲିୟନ୍‌ ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏହି ସ୍ବାସ୍ଥ୍ୟସେବା ସୁବିଧାରେ ରୋଗୀଙ୍କ ପାଇଁ ପାଣି ଓ ସାବୁନ କିମ୍ବା ହ୍ୟାଣ୍ଡଓ୍ବାଶ୍‌ର ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ଟଏଲେଟ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରାୟ ୩.୮୫ ବିଲିୟନ ଲୋକ ଏହି ହସ୍ପିଟାଲଗୁଡ଼ିକୁ ଚିକିତ୍ସା ପାଇଁ ଆସୁଥିବାରୁ ସେମାନେ ସଂକ୍ରମିତ ହେବା ଆଶଙ୍କା ଉପୁଜିଛି। ସେମାନଙ୍କ ମଧ୍ୟରୁ ୬୮୮ ନିୟୁତ ଲୋକ ପରିଚ୍ଛନ୍ନ ସେବା ଆଦୌ ପାଇ ନ ଥାନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ୍‌ ପକ୍ଷରୁ ଆୟୋଜିତ ଏକ ମିଳିତ କାର୍ଯ୍ୟକ୍ରମରେ କୁହାଯାଇଛି।
ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ମିଳୁଥିବା ସୁବିଧା ଓ ଚିକିତ୍ସାର ସ୍ବଚ୍ଛତାରେ ଆଦୌ ସାଲିସ୍‌ କରାଯାଇପାରିବ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓର ମାରିଆ ନେଇରା କହିଛନ୍ତି। ମହାମାରୀରୁ ଆରୋଗ୍ୟ, ନିରାକରଣ ଓ ମୁକାବିଲା ପ୍ରସ୍ତୁତି ପାଇଁ ଏଥିରେ ଉନ୍ନତି କରାଯିବା ଜରୁରୀ। ସ୍ବଚ୍ଛଜଳ, ପରିଚ୍ଛନ୍ନ ପାଇଖାନା ଓ ହସ୍ପିଟାଲଗୁଡ଼ିକରୁ ବାହାରୁଥିବା ବର୍ଜ୍ୟବସ୍ତୁର ସୁରକ୍ଷିତ ପରିଚାଳନା ଭଳି ମୌଳିକ କ୍ଷେତ୍ରରେ ନିବେଶ ନ ବଢ଼ାଇଲେ ସ୍ବଚ୍ଛତା ହାସଲ କଷ୍ଟକର। ୪୦ ଦେଶରୁ ସଂଗୃହୀତ ତଥ୍ୟ ହସ୍ପିଟାଲଗୁଡ଼ିକର ବିପଜ୍ଜନକ ଚିତ୍ରକୁ ଦର୍ଶାଉଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଏଭଳି ଅବ୍ୟବସ୍ଥା ଯୋଗୁ ଗର୍ଭବତୀ ମା, ନବଜାତ ଶିଶୁମାନେ ମୃତ୍ୟୁ ଆଡ଼କୁ ଠେଲି ହୋଇଯାଉଛନ୍ତି। ପ୍ରତିବର୍ଷ ପ୍ରାୟ ୬ଲକ୍ଷ ୭୦ ହଜାର ନବଜାତ ଶିଶୁ ଏହି କାରଣରୁ ପ୍ରାଣ ହରାଉଥିବା ଏଥିରେ ଉଲ୍ଲେଖ କରାଯାଇଛି। ସାରା ବିଶ୍ୱ କଥା ଦେଖିଲେ ସହରାଞ୍ଚଳରେ ୩% ଓ ଗ୍ରାମାଞ୍ଚଳରେ ୧୧% ହସ୍ପିଟାଲକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କରା ନ ଯିବା କାରଣରୁ ହସ୍ପିଟାଲ ପରିବେଶ ଖରାପ ହେବାରେ ଲାଗିଛି ବୋଲି ଜାତିସଂଘ ନିଜ ରିପୋର୍ଟରେ ଉଦ୍‌ବେଗ ପ୍ରକାଶ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri