Categories: ଜାତୀୟ

୨୦୫୦ ସୁଦ୍ଧା ଦେଶର ଅଧା ଜନସଂଖ୍ୟା ସେନାବାହିନୀରେ ଭର୍ତ୍ତି ପାଇଁ ହେବେ ଅଯୋଗ୍ୟ: ଏମ୍ସ ରିପୋର୍ଟ…

ନୂଆଦିଲ୍ଲୀ,୧୨।୩ : ଦିଲ୍ଲୀ ଏମ୍ସର ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଏହା ଅନୁଯାୟୀ, କରୋନା ମହାମାରୀ ପରେ ପିଲାମାନଙ୍କର ନିକଟ ଦେଖିବା ଶକ୍ତି ଦୁର୍ବଳ ହୋଇଯାଇଛି। ଅର୍ଥାତ ମାୟୋପିୟା ସମସ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। କରୋନା ମହାମାରୀ ସମୟରେ ଅନଲାଇନ କ୍ଲାସ, ସ୍ମାର୍ଟ ଫୋନର ଅତ୍ୟଧିକ ବ୍ୟବହାର ଏବଂ କମ୍ପ୍ୟୁଟରରେ ଖେଳ ଖେଳିବା କାରଣରୁ ପିଲାମାନଙ୍କର ଆଖି ଖରାପ ହୋଇଯାଇଛି।

ଦିଲ୍ଲୀ ଏମ୍ସର ଅଧ୍ୟୟନ ଅନୁଯାୟୀ, କରୋନା ଅବଧି ପୂର୍ବରୁ, ଯେତେବେଳେ ଆଖି ସମ୍ବନ୍ଧୀୟ ଅଧ୍ୟୟନ କରାଯାଇଥିଲା, ସହରାଞ୍ଚଳର୫ରୁ ୭ପ୍ରତିଶତ ପିଲାଙ୍କ ମଧ୍ୟରେ ମାୟୋପିୟା ସମସ୍ୟା ଦେଖିବାକୁ ମିଳିଥିଲା। ତେବେ, କରୋନା ପରେ କରାଯାଇଥିବା ଅଧ୍ୟୟନରେ ଏହି ସଂଖ୍ୟା ୧୧ ରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଏମ୍ସର ରାଜେନ୍ଦ୍ର ପ୍ରସାଦ ଚକ୍ଷୁ ଡାକ୍ତରଖାନାର ମୁଖ୍ୟ ପ୍ରଫେସର ପ୍ରଫେସର ଜୀବନ ଏସ ଟିଟିଆଲ କହିଛନ୍ତି ଯେ ଯଦି ପିଲାମାନେ ସ୍ମାର୍ଟ ଫୋନ, କମ୍ପ୍ୟୁଟର, ଅନଲାଇନ ଗେମ, ଡିଜିଟାଲ ସ୍କ୍ରିନ ବ୍ୟବହାର ଜାରି ରଖନ୍ତି, ତେବେ ୨୦୫୦ ସୁଦ୍ଧା ଦେଶର ୫୦ ପ୍ରତିଶତ ପିଲା ମାୟୋପିୟା ସମସ୍ୟାରେ ପୀଡିତ ହେବେ। ଫଳରେ ଭଲ ଦେଖି ନ ପାରୁ ଥିବାରୁ ସେମାନେ ସନାବାହିନୀରେ ଭର୍ତ୍ତି ପାଇଁ ହେବେ ଅଯୋଗ୍ୟ ହେବେ। ଏଭଳି ପରିସ୍ଥିତିରେ ପିଲାମାନଙ୍କର ଆଖି ସୁରକ୍ଷିତ ରଖିବା ଅତ୍ୟନ୍ତ ଜରୁରୀ ଅଟେ।

Share