୪ ବର୍ଷରେ ସରିନି ଅଧା

ତାଳଚେର, ୮ା୧୧(ନି.ପ୍ର.):  ଦିନ ପରେ ଦିନ ଗଡ଼ିଚାଲିଛି। ବଢ଼ିଚାଲିଛି ବ୍ୟୟବରାଦ। ହେଲେ ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି ତାଳଚେର-ଘଣ୍ଟପଡ଼ା ଓଭରବ୍ରିଜ୍‌। ଇତିମଧ୍ୟରେ କାମ ଅବଧି ସରିବା ୨ବର୍ଷ ବିତିଲାଣି। ହେଲେ ୩୫ କୋଟି ବ୍ୟୟରେ ହେଉଥିବା ଏହି ଡ୍ରିମ୍‌ ପ୍ରୋଜେକ୍ଟ କାମ ମାତ୍ର ୭ଟି ପାଇଲ୍‌ରେ ସୀମିତ ରହିଛି। ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟର କଚ୍ଛପଗତି ଅଞ୍ଚଳବାସୀଙ୍କ ସମସ୍ୟାକୁ ବହୁଗୁଣିତ କରିଥିବାବେଳେ ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ତାଳଚେର-ଘଣ୍ଟପଡ଼ା ରାସ୍ତା ନାଲ୍‌କୋ, ଏଫ୍‌ସିଆଇ, ଅନୁଗୋଳ ଏବଂ ତାଳଚେର ବ୍ଲକର ଅନ୍ୟତମ ଜନବହୁଳ ଗ୍ରାମ ଘଣ୍ଟପଡାକୁ ସଂଯୋଗ କରୁଛି। ଏହି ରାସ୍ତାରେ ଥିବା ବ୍ୟସ୍ତବହୁଳ ରେଲଓ୍ବେ ଫାଟକ ଅଞ୍ଚଳବାସୀଙ୍କ ଯାତାୟାତରେ ପ୍ରମୁଖ ପ୍ରତିବନ୍ଧକ ସାଜିିଛି। ଦୈନିକ ୫୦ରୁ ଅଧିକ କୋଇଲା ବୋଝେଇ ଟ୍ରେନ୍‌ ଏହି ଟ୍ରାକ୍‌ରେ ଦୌଡୁଥିବାବେଳେ ପାଖାପାଖି ୧୬ ଘଣ୍ଟା ଫାଟକ ବନ୍ଦ ରହୁଛି। ସମସ୍ୟାର ସମାଧାନ ଲାଗି ସେଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ଦାବି, ଆନ୍ଦୋଳନ ହୋଇଆସୁଥିଲା। ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) କର୍ତ୍ତୃପକ୍ଷ ରାଜି ହେବା ପରେ ୨୦୧୨ ଜୁନ୍‌ ୧ରେ ତତ୍କାଳୀନ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରକାଶ ଜୟସ୍ବାଲ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୪ କୋଟି ୯୪ ଲକ୍ଷ ୯୩ ହଜାର ୧୨୯ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ଓଭରବ୍ରିଜ୍‌ର ନିର୍ମାଣ ଦାୟିତ୍ୱ ନେଇଛି ଆର୍‌କେଡି ଠିକା ସଂସ୍ଥା। ୨୦୧୬ ଅକ୍ଟୋବର ୨୧ରେ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଅକ୍ଟୋବର ୨୦ ସୁଦ୍ଧା ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ହେଲେ ଧାର୍ଯ୍ୟ ସମୟ ଗଡ଼ି ଆହୁରି ୨ ବର୍ଷ ବିତିଥିଲେ ବି କାମ ସମ୍ପୂର୍ଣ୍ଣ ହୋଇପାରିନି। ଡାଇଭର୍ସନ ରୋଡ୍‌ ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ୧୩ ପାଇଲ୍‌ ମଧ୍ୟରୁ ମାତ୍ର ୭ଟି ସରିଛି। ପିଅର, ରେଲୱେ ଫାଟକ ସ୍ଥାନାନ୍ତରୀକରଣ, ଗାର୍ଡ, ଆର୍‌ଇ ୱାଲ ନିର୍ମାଣ, ଟପ୍‌ସ୍ଲାପ, ଆପ୍ରୋଚ୍‌ ରୋଡ୍‌ କାମ ବାକି ରହିଛି।
ଅପରପକ୍ଷେ ଆସନ୍ତା ୧୦ମାସ ମଧ୍ୟରେ ନିର୍ମାଣ ସାରିବାକୁ ପ୍ରଶାସନସ୍ତରୀୟ ବୈଠକରେ ସ୍ଥିର କରାଯାଇଛି। ମୋଟ ଉପରେ ୪ବର୍ଷରେ ମାତ୍ର ୨୦%ରୁ କମ୍‌ କାମ ସରିଥିବା ବେଳେ ୧୦ ମାସରେ କିପରି ନିର୍ମାଣ ଶେଷ ହେବ ତାହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଜଗନ୍ନାଥ ଏରିଆର ଷ୍ଟାଫ୍‌ ଅଫିସର ଭି.କେ. ସିଂଙ୍କୁ ଯୋଗାଯୋଗସତ୍ତ୍ୱେ ମତାମତ ମିଳିପାରିନାହିଁ। ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ କହିଛନ୍ତି, ଓଭରବ୍ରିଜ ନିର୍ମାଣ ବାବଦରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଆଗାମୀ ୧୦ମାସ ମଧ୍ୟରେ ଏହା ଶେଷ କରିବାକୁ ସ୍ଥିର ହୋଇଛି।

ଦୈନିକ ୬୦ ଟ୍ରେନ୍‌ ଯାଉଛି
ଘଣ୍ଟାପଡ଼ା ଫାଟକ ଦେଇ ଦୈନିକ ୫୦ରୁ ୬୦ କୋଇଲା ବୋଝେଇ ଟ୍ରେନ ଯାତାୟାତ କରୁଛି। ଫାଟକ ପଡିରହୁଥିବାରୁ ଯିବାଆସିବା କଷ୍ଟକର ହୋଇପଡୁଛି। ଏମ୍‌ସିଏଲ ଏବଂ ପ୍ରଶାସନ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାହା ବୁଝାପଡୁନାହିଁ ା
– ବୃନ୍ଦାବନ ବେହେରା, ବ୍ଲକ ଅଧ୍ୟକ୍ଷ, ତାଳଚେର

ତାଳମେଳ, ଆନ୍ତରିକତା ଅଭାବ
ବ୍ରିଜ ନିର୍ମାଣ ଦିଗରେ ଏମ୍‌ସିଏଲ ଓ ରେଲୱେ ମଧ୍ୟରେ ତାଳମେଳ ରହୁନାହିଁ। ଆନ୍ତରିକତା ଅଭାବରୁ ଏହା ଶେଷ ହୋଇପାରୁ ନାହିଁ ା ପ୍ରଶାସନ ନୀରବ ନ ରହି ତୁରନ୍ତ ପଦକ୍ଷେପ ନେବା ଉଚିତ।
– ମନୋଜ କୁମାର ବେହେରା, ସରପଞ୍ଚ, ଘଣ୍ଟପଡା

ପ୍ରଶାସନର ହସ୍ତକ୍ଷେପ ଜରୁରୀ
ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ଓଭରବ୍ରିଜର ତୁରନ୍ତ ଶେଷ ହେବା ଜରୁରୀ। ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆଯାଉନାହିଁ। ତୁରନ୍ତ ଏହାର ନିର୍ମାଣ କାମ ଶେଷ କରିବା ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ।
– ଜ୍ୟୋତିର୍ମୟୀ ସାହୁ, ପ୍ରଗତି ଅନୁଷ୍ଠାନ ସଭାପତି

ଅଧିକାଂଶ ସମୟ ଗେଟ୍‌ ବନ୍ଦ
ଗୁରୁତ୍ୱପୂର୍ଣ୍ଣ ରେଳଫାଟକ ଦିନରେ ଅଧିକାଂଶ ସମୟ ବନ୍ଦ ରହୁଛି। ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ତାଳଚେରରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସମସ୍ୟା ସମାଧାନ ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି।
– ବାଉରୀବନ୍ଧୁ ବେଜ, ସାମାଜିକ କର୍ମୀ

କେବେ ଶେଷ ହେବ ଜଣାନାହିଁ
ଆନ୍ତରିକତା ଅଭାବରୁ ୪ ବର୍ଷ ହେଲା ବ୍ରିଜ କାମ ପଡିରହିଛି। ଏବେ ସୁଦ୍ଧା ଅଧା କାମ ବି ହୋଇପାରିଲା ନାହିଁ। ଯେମିତି କାମ ଚାଲିଛି, ସେମିତି ଲାଗି ରହିଲେ ଆଉ ୫ ବର୍ଷ ବି ନିଅଣ୍ଟ ପଡିବ।
– ଚୈତନ୍ୟ ପ୍ରଧାନ, ଶିକ୍ଷାବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri