ଅଧେ ରହିଛି ଅଚଳ

ଛେଣ୍ଡିପଦା,୧୯ା୯(ସ୍ୱ.ପ୍ର.) – ସ୍ୱଳ୍ପ  ବୃଷ୍ଟି ପରି ସମସ୍ୟା ବେଳେ ଅଧିକ କାମରେ ଆସେ ଉଠା ଜଳସେଚନ ପ୍ରକଳ୍ପ। ଫସଲ ରକ୍ଷା ନିମନ୍ତେ ଚାଷୀଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚଳିତବର୍ଷ ଆବଶ୍ୟକ ପରିମାଣର ବର୍ଷା ହୋଇ ନ ଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶତାଧିକ ହେକ୍ଟର ଜମି ପଡ଼ିଆ ପଡ଼ିଛି। ତେବେ ଯେଉଁ କେତେ ହେକ୍ଟରରେ ଧାନ ଚାଷ କରାଯାଇଛି ତାହାକୁ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଣ ହୋଇପାରୁ ନାହିଁ। କାରଣ ବ୍ଲକ ଅଞ୍ଚଳରେ ଥିବା ମୋଟ ୮୧ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅଧା ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ଫଳରେ ସମସ୍ୟାରେ ପଡ଼ିଛନ୍ତି ସହସ୍ରାଧିକ ଚାଷୀ।
ଛେଣ୍ଡିପଦା ବ୍ଲକରେ ମୋଟ ୩୫ ହଜାର ୮୦୬ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିରୁ ୧୨ ହଜାର ୪୬୩ ହେକ୍ଟରରେ ଧାନ ଚାଷ ହୋଇଥାଏ। ୬ ହଜାର ୭୪୯ ହେକ୍ଟରରେ ବୁଣା ଓ ୫ ହଜାର ୭୧୪ ହେକ୍ଟରରେ ତଳି ରୁଆଯାଇଥାଏ। କିନ୍ତୁ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଧାନ ଚାଷରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ଏପରି ସମୟରେ ଉଠାଜଳସେଚନ ପ୍ରକଳ୍ପ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତା। କିନ୍ତୁ ବ୍ଲକ ଅଞ୍ଚଳରେ ଥିବା ମୋଟ ୮୧ ପ୍ରକଳ୍ପ ମଧ୍ୟରୁ ୪୧ଟି ଅଚଳ ଅବସ୍ଥାରେ ରହିଛି। କାହାର ପାଇପ୍‌ ଫାଟିଯାଇଛି ତ ଆଉ କେଉଁ ପ୍ରକଳ୍ପର ବିଲ୍‌ ବାକି ରହିଥିବାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଆଉ କେତୋଟି ଆରମ୍ଭରୁ ହିଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏ ନେଇ ଚାଷୀମାନେ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ। କଙ୍କରେଇ ପଞ୍ଚାୟତର ଚାଷୀମାନଙ୍କ କହିବା ଅନୁଯାୟୀ, ଦେଢ ବର୍ଷ ତଳେ କଙ୍କରେଇ ଓ ଛୋଟବେରେଣୀ ଗ୍ରାମ ନାଳ ନିକଟରେ ୨ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ୮୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ ହୋଇଥିଲା। ବିଦ୍ୟୁତ୍‌ ବ୍ୟବସ୍ଥା ନିମନ୍ତେ ଏକ ୬୩ କେଭି କ୍ଷମତାର ଟ୍ରନ୍ସଫର୍ମର ଲଗାଯାଇଥିଲା। ହେଲେ ଠିକାଦାର ଓ ବିଭାଗର କେତେଜଣ କର୍ମଚାରୀଙ୍କ ସଲାସୁତରା ଯୋଗୁ ନିମ୍ନମାନର କାର୍ଯ୍ୟ କରାଯାଇଛି। ଏହି କାରଣରୁ ଆରମ୍ଭରୁ ହିଁ ୨ଟି ଯାକ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ଏତେ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ବୁନ୍ଦାଏ ଜଳ ଜମି ନିକଟକୁ ଯାଇପାରି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପ୍ରକଳ୍ପ ଥାଇ ଜମି ପଡ଼ିଆ
କଙ୍କରେଇ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପ ନିକଟରେ ଏକର ଏକର ଜମି ରହିଛି। କିନ୍ତୁ ଜମିକୁ ପାଣି ମିଳୁ ନ ଥିବାରୁ ଚଳିତବର୍ଷ ସେସବୁ ପଡିଆ ପଡିଛି। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନମୁଖି ନୀତି ପାଇଁ ଗୁଜୁରାଣ ମେଣ୍ଟାଇବା ଚାଷୀମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି।
-ବାଲ୍‌ ପ୍ରଧାନ, ଚାଷୀ,
କଙ୍କରେଇ
ବୁନ୍ଦାଏ ପାଣି ମିଳୁନି
୨ଟି ପ୍ରକଳ୍ପ ପାଇଁ ବହୁ ଅର୍ଥ ବ୍ୟୟରେ ଗଭୀର ନଳକୂପ, ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଆଦି ବସାଯାଇଥିଲେ ମଧ୍ୟ ସେଥିରୁ ବୁନ୍ଦାଏ ପାଣି ଉଠାଯାଇପାରୁନି। ଦୀର୍ଘ ଦେଢ଼ ବର୍ଷ ମଧ୍ୟରେ ଚାଷୀମାନେ ଅନେକଥର ଏ ନେଇ ଅଭିଯୋଗ କରିଛନ୍ତି। କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଚାଷୀମାନେ ନିରାଶ ହୋଇଛନ୍ତି।
-ପୂର୍ଣ୍ଣଚନ୍ଦ୍ର ସାହୁ, ଚାଷୀ,
କଙ୍କରେଇ
କାର୍ଯ୍ୟକ୍ଷମ ନ ହୋଇ ଆସୁଛି ବିଲ୍‌
ଚଳିତବର୍ଷ ବର୍ଷା ଠିକ୍‌ ଭାବେ ହେଲାନାହିଁ। ଭାବିଥିଲୁ ଉଠାଜଳସେଚନ ପ୍ରକଳ୍ପରୁ ପାଣି ମିଳିଯିବ। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ପାଇପ୍‌ ଫାଟିଯାଇଛି। ଏପରି କି ବିଦ୍ୟୁତ୍‌ ବ୍ୟବହାର ନ କରି ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିଲ୍‌ ବକେୟା ରହିଛି ବୋଲି କୁହାଯାଉଛି। ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ସତ୍ୟବାଦୀ ପ୍ରଧାନ, ଗ୍ରାମ ସଭାପତି
ଅକ୍ଟୋବର ମଧ୍ୟରେ କାର୍ଯ୍ୟକ୍ଷମ
ବ୍ଲକ ଅଞ୍ଚଳରେ ଅଚଳ ଥିବା ୪୧ ପ୍ରକଳ୍ପ ମଧ୍ୟରୁ ୧୮ଟିର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ତେବେ ପରିସ୍ଥିତିକୁ ଦେଖି ଅକ୍ଟୋବର ମାସ ମଧ୍ୟରେ ସେସବୁ ପ୍ରକଳ୍ପକୁ ବିଦ୍ୟୁତ୍‌ ସଂଯୋଗ କରାଯିବ। ଅନ୍ୟ କାରଣରୁ କାର୍ଯ୍ୟକ୍ଷମ ନ ଥିବା ୨୩ ପ୍ରକଳ୍ପକୁ ପାଣି ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ।
-ବିନୋଦ କୁମାର ଦଳେଇ, ବ୍ଲକ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri