ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା କରିଥିଲେ ୧୫ ଥର କଲ୍‌

ଭୁବନେଶ୍ବର ୨୩।୮: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ପୋଲିସ ହାତରେ ସିଡିଆର୍‌ ରିପୋର୍ଟ ଲାଗିଥିବା ବେଳେ ଶ୍ୱେତା ମୃତ୍ୟୁ ପୂର୍ବରୁ ୧୫ ଥର କଲ କରିଥିବା ଜଣାପଡ଼ିଛି । ତେବେ ଶେଷ କଲ ସେ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ କରିଥିଲେ। ସେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ କରିଥିଲେ । ରାତି ୧ଟା ୩୦ରେ ସୌମ୍ୟଙ୍କୁ ସେ ଶେଷ କଲ କରିଥିଲେ। ମାତ୍ର କିନ୍ତୁ ସୌମ୍ୟଜିତ୍‌ କଲ ରିସିଭ କରି ନ ଥିଲେ। ଖୁବଶୀଘ୍ର ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ପଚରାଉଚର କରିବ ।