Categories: ଜାତୀୟ

ପ୍ରତିବର୍ଷ ୩୦ ହେଲିକପ୍ଟର ନିର୍ମାଣ କରିବ ଏଚଏଏଲ୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ରାଷ୍ଟ୍ରାୟତ୍ତ ଏରୋସ୍ପେସ ଏବଂ ପ୍ରତିରକ୍ଷା କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ୍‌) ବର୍ଷକୁ ପ୍ରାୟ ୩୦ଟି ଲାଇଟ କମ୍ବାଟ ହେଲିକପ୍ଟର (ଏଲସିଏଚ୍‌) ନିର୍ମାଣ କରିବ ବୋଲି ଆଶା କରାଯାଉଛି। ଏନେଇ ଏଚଏଏଲ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରଥମ ଥର ପାଇଁ ଏଲସିଏଚ୍‌ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଛି। ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ପରିକଳ୍ପିତ ଏବଂ ବିକଶିତ ହୋଇଛି।

ହାଲ ଅଧ୍ୟକ୍ଷ ଆର୍‌.ମାଧବନ କହିଛନ୍ତି ଯେ ସମୁଦାୟ ୧୫୦ଏଲସିଏଚ୍‌ର ଅର୍ଡର ପୂରଣ କରିବା ଲାଗି ଉଦ୍ୟମ ହେଉଛି। ଗୋଟିଏ ବର୍ଷ ମଧ୍ୟରେ ବାୟୁସେନା ଦ୍ୱାରା ଅର୍ଡର କରାଯାଇଥିବା ୧୫ଟି ପ୍ରଦାନ କରାଯାଇପାରିବ। ତେଜସ୍‌ର ନୂତନ ସଂସ୍କରଣ ୭୩ ମାର୍କ ଓ୍ବାନ୍‌-ଏ ନିର୍ମାଣ କରିବାକୁ କମ୍ପାନୀ ଏକ ଅର୍ଡର ପାଇଛି। ଯାହା ପୂର୍ବ ମାର୍କ-୧ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ହୋଇପାରିବ।

ମାଧବନ କହିଛନ୍ତି ଯେ ମାର୍କ -୧ ଏ ଆସନ୍ତା ବର୍ଷ ମଧ୍ୟଭାଗରେ ପ୍ରଥମ ପ୍ରୋଟୋଟାଇପ ଉଡ଼ାଣ କରିବ। ସେ କହିଛନ୍ତି, ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରଥମ ବିମାନ ପ୍ରଦାନ କରାଯାଇ ପାରିବ। ଏଲସିଏଚ୍‌ ହେଉଛି ବିଶ୍ୱର ଏକମାତ୍ର ଆକ୍ରମଣକାରୀ ହେଲିକପ୍ଟର ଯାହା ୫୦୦୦ ମିଟର (୧୬୪୦୦ ଫୁଟ) ଉଚ୍ଚତାରେ ଭାରତ ସଶସ୍ତ୍ର ବାହିନୀର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହୋଇପାରିବ।
ଏଚଏଲ୍‌ ବିଭିନ୍ନ ଯୋଜନା ଗ୍ରହଣ କରିଛିି। ଅବଶିଷ୍ଟ ୧୪୫ ଏଲସିଏଚର ଉତ୍ପାଦନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବାର୍ଷିକ ୩୦ ହେଲିକପ୍ଟରର ଉତ୍ପାଦନ କରିବା ଲାଗି ଏକ ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି।

Share