Categories: ଜାତୀୟ

ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇକୁ ଗୁପ୍ତ ସୂଚନା ହେଇ ହାଲ୍ କର୍ମଚାରୀ ଗିରଫ

ନାସିକ,୯ ।୧୦: ମହାରାଷ୍ଟ୍ରର ଆଣ୍ଟି ଟେରୋରିଜମ ସ୍କାଡ(ଏଟିଏସ୍‌)କୁ ଶୁକ୍ରବାର ଏକ ବଡ ସଫଳତା ମିଳିଛି । ଏଟିଏସ୍ ଦ୍ୱାରା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍‌ଏଏଲ୍‌) ନାସିକ ୟୁନିଟର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି ଜଣଙ୍କ ଭାରତୀୟ ଯୁଦ୍ଧ ବିମାନ ଓ ଏହାର ନିର୍ମାଣ ବିଷୟରେ ଗୁପ୍ତ ସୂଚନା ପାକିସ୍ତାନର ଇଣ୍ଟରସର୍ଭିସ ଇଣ୍ଟଲିଜେନ୍ସ(ଆଇଏସ୍‌ଆଇ)କୁ ଦେଇଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ଏଟିଏସ୍‌ର ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ନାସିକ ବାସିନ୍ଦା ହୋଇଥିବା ବେଳେ ଭାରତୀୟ ଯୁଦ୍ଧ ବିମାନର ନିର୍ମାଣଶୈଳୀ ସହ ହାଲ ୟୁନିଟ ସମ୍ପର୍କରେ ପାକିସ୍ତାନର ଆଇଏସ୍‌ଆଇକୁ ତଥ୍ୟ ପ୍ରଦାନ କରୁଥିଲେ । ଏହାସହ ବିଶାଖାପାଟନା ସ୍ଥିତ ହାଲ ୟୁନିଟ ସମ୍ପର୍କରେ ଜଣେ ବିଦେଶୀ ନାଗରିକଙ୍କୁ ମଧ୍ୟ ତଥ୍ୟ ପ୍ରଦାନ କରୁଥିଲେ ।

Share