କୋଇଡ଼ା,୪।୭: କୋଇଡ଼ା ଥାନା ଏରିଆନ ଛକ ନିକଟରେ ଗୁରୁତର ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ହାଇୱା ଏକ ଓମିନି କାରକୁ ଧକ୍କା ଦେଇଛି। ଏହି ମର୍ମନ୍ତୁଦ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୪ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କମଣ୍ଡ ପ୍ଲାଣ୍ଟ୍କୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଏଯାଇଛି, ଯେଉଁମାନଙ୍କ ମଧ୍ୟରେ ୪ ଜଣଙ୍କର ଅବସ୍ଥା ଚିନ୍ତାଜନକ ରହିଛି।
ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଡ୍ରାଇଭରଙ୍କୁ ଗିରଫ କରାଯାଇଛି ଓ ଦୁର୍ଘଟଣାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।


