ବଜାୟ ରହିବ କେଶର ଚମକ

ବଦଳୁଥିବା ସମୟ ପାଇଁ କେତେକଙ୍କ କେଶ ଡ୍ୟାମେଜ୍‌ ଏବଂ ରଫ୍‌ ହେବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେତେଜଣ ଯୁବତୀ ଡଲ୍‌ ଏବଂ ଡ୍ୟାମେଜ୍‌ କେଶକୁ ଆପଣାଇ ନେଉଛନ୍ତି। ବାୟୁମଣ୍ଡଳ ପ୍ରଦୂଷଣ ଏବଂ ଖରା ଯୋଗୁ କେଶ ବହୁତ ଡ୍ୟାମେଜ୍‌ ଏବଂ ଡ୍ରାଏ ଦେଖିବାକୁ ମିଳେ। ଏହାଦ୍ୱାରା ଆମ କେଶ ଖରାପ ହୋଇଯାଇଥାଏ। ଏଥିପାଇଁ କେଶର ଚମକ କିପରି ଆସିବ ସେଥିଲାଗି କେତୋଟି ଉପାୟ ଆପଣାଇବାକୁ ପଡ଼ିବ। ଜାଣନ୍ତୁ ଏ ସମ୍ପର୍କରେ
କେତୋଟି ଟିପ୍ସ…

କ୍ଷୀର ଏବଂ ମହୁ ମିଶ୍ରଣ : ଏହି ମିଶ୍ରଣକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ। ଏହାକୁ ପ୍ରସ୍ତୁତ କରିବାକୁ ହେଲେ ପ୍ରଥମେ ଅଧାକପ କ୍ଷୀର ନିଅନ୍ତୁ ଏବଂ ସେଥିରେ ୨ଚାମଚ ମହୁ ମିଶାନ୍ତୁ। ଏହାପରେ ଏହି ମିଶ୍ରଣକୁ ଭଲ ଭାବେ ମିଶାଇ କେଶରେ ଲଗାଇ କିଛି ସମୟ ରଖନ୍ତୁ। ଏହାକୁ ୩୦ମିନିଟ୍‌ ପରେ କେଶକୁ ଶାମ୍ପୋ ଲଗାଇ ଭଲଭାବେ ପାଣିରେ ଧୋଇ ଦିଅନ୍ତୁ।
ଅମୃତଭଣ୍ଡା ମାସ୍କ : ଯଦି ଆପଣଙ୍କର ରୂପି ସମସ୍ୟା ରହିଛି ତେବେ ଆପଣ ଏଥିପାଇଁ ଅମୃତଭଣ୍ଡାକୁ ବ୍ୟବହାରକରି କେଶକୁ ରୂପି ସମସ୍ୟାଠୁ ଦୂରେଇପାରିବେ। ଅମୃତଭଣ୍ଡା ରସକୁ କେଶରେ ଲଗାଇବା ଦ୍ୱାରା ଆପଣଙ୍କ କେଶ ମଜଭୁତ ହୋଇଥାଏ। ଅମୃତଭଣ୍ଡାର ଚୋପା ଛଡ଼ାଇ ସେଥିରେ ଆପଣ ଅଧାକପ ଦହି ମିଶାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣର ପେଷ୍ଟକୁ ନିଜ କେଶରେ ଲଗାଇ ଭଲଭାବେ ମସାଜ୍‌ କରନ୍ତୁ। ଏହାକୁ କିଛି ସମୟ ରଖିବା ପରେ କେଶକୁ ଭଲଭାବେ ଧୋଇଦିଅନ୍ତୁ।
ଜଜୋବା ଅୟଲ : ଜଜୋବା ତେଲ କେଶକୁ ପୋଷଣ ପ୍ରଦାନ କରିବା ସହ ମଜଭୁତ,ଘନ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହାର ବ୍ୟବହାର ତ୍ୱଚା ଏବଂ କେଶ ଜନିତ ସମସ୍ୟା ଦୂରକରିବାରେ ସାହାଯ୍ୟ କରିଥାଏ।
ଅଣ୍ଡା ଓ ଦହି ମାସ୍କ : କେଶକୁ ଉତ୍ତମ ପୋଷଣ ଦେବାକୁ ହେଲେ ଦହି ଏବଂ ଅଣ୍ଡାର ଧଳା ଅଂଶକୁ ମିଶାଇ ହେୟାର ମାସ୍କ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା କେଶ ରୁକ୍ଷ ହେବନାହିଁ ଏବଂ ପ୍ରଦୂଷଣର କୌଣସି ପ୍ରଭାବ କେଶ ଉପରେ ପଡିବନାହିଁ।