ବର୍ଷା ସାଙ୍ଗକୁ କୁଆପଥର ମାଡ଼, ରାସ୍ତାଘାଟ ଶୂନ୍‌ଶାନ୍‌

ରାୟଗଡ଼ା,୨୯ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ସକାଳୁ ଅତ୍ୟଧିକ ଉତ୍ତାପ ରହିଥିବା ବେଳେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ବର୍ଷା। ତେବେ ବର୍ଷା ସାଙ୍ଗକୁ ତୀବ୍ର ଭାବରେ କୁଆପଥର ମାଡ଼ ହୋଇଥିଲା। ଫଳରେ ସହରର ରାସ୍ତା ଏକପ୍ରକାର ପ୍ରାୟ ଶୂନ୍‌ଶାନ୍‌ ହୋଇଯାଇଥିଲା।

ବର୍ଷା ଆରମ୍ଭ ହେବାର କିଛି ସମୟ ପରେ ଏହି କୁଆପଥର ପଡ଼ିବା ଆରମ୍ଭ ହୋଇ ଖବର ଲେଖା ହେବା ପର୍ଯ୍ୟନ୍ତ ପଡ଼ିଚାଲିଛି। ଯେଉଁ ଲୋକଙ୍କ ଘର ଛାତ ଆଜବେଷ୍ଟସ୍‌ ଟିଣ ଲାଗିଛି କୁଆପଥର ମାଡ଼ ଏତେ ଜୋରରେ ହେଉଛି ଯେ, ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Dharitri – Odisha’s No.1 Odia Daily

Share