Categories: ଜାତୀୟ

ଆସାମରେ କୁଆପଥର ମାଡ: ୧୩୨ ଗାଁର ୧୮ ହଜାର ଲୋକେ ପ୍ରଭାବିତ…

ଗୁଆହାଟୀ,୨୭।୧୨ : ଉପର ଆସାମର ତିନସୁକିଆ ଏବଂ ଦିବ୍ରୁଗଡ ଜିଲାର ଅନେକ ସ୍ଥାନରେ ପ୍ରବଳ କୁଆପଥର ମାଡରେ ୨୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଏକର ଫସଲର ନଷ୍ଟ ବିଷୟରେ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ଆସାମର ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ସୋମବାର ରାତି ଏବଂ ମଙ୍ଗଳବାର ସକାଳେ ଉପର ଆସାମର ଦିବ୍ରୁଗଡ ଏବଂ ତିନୁସୁକିଆ ଜିଲାରେ କୁଆପଥର ମାଡ ହୋଇଥିଲା। ଏହାଦ୍ୱାରା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୋରାନ ସବ-ଡିଭିଜନର ପ୍ରାଥମିକ ଆକଳନ ଅନୁଯାୟୀ ୩୭ ଟି ଗାଁର ୨୧୦ ଟି ଘର ନଷ୍ଟ ହୋଇଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା କହିଛନ୍ତି ଯେ ପ୍ରବଳ କୁଆପଥର ମାଡ ଯୋଗୁଁ ମୋରାନ ଏବଂ ତିଙ୍ଗଖୋଙ୍ଗ ରାଜସ୍ବ ବିଭାଗ ଅଧୀନରେ ଥିବା ଅନେକ ଘର ନଷ୍ଟ ହୋଇଯାଇଛି। ମୋଟ ୧୩୨ ଗାଁର ୧୮ ହଜାର ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

କ୍ଷୟକ୍ଷତିର ବିସ୍ତୃତ ମୂଲ୍ୟାଙ୍କନ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ ସରକାର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ।

Share