ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜ

ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍‌ ହାୟର ଆପ୍ଲାଏନ୍ସ ଇଣ୍ଡିଆର ନୂତନ ଉତ୍ପାଦ ‘ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ ଗୁଗଲ୍‌ ଟିଭି ସହ ସିରିଜର ନୂତନ ଉପତ୍ାଦକୁ ବଜାର ପ୍ରବେଶ କରାଇଛି। ବିଶେଷକରି ହାୟର ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଶିଳ୍ପ ଶ୍ରେଷ୍ଠ ଚିତ୍ର ଗୁଣ ସହିତ କ୍ୟୁ ଏଲ୍‌ଇଡି ଟିଭି ସେଗ୍‌ମେଣ୍ଟରେ ମଧ୍ୟ ପ୍ରବେଶ କରିଛି, ଯାହାକି ନୂତନତ୍ୱ ଡିଜାଇନ ଏବଂ ସ୍ମାର୍ଟ ବୈଷୟିକ ଜ୍ଞାନର ଏକ ସମ୍ପୂର୍ଣ୍ଣ ମିଶ୍ରଣ । ଏ ସମ୍ପର୍କରେ ହାୟର ଆପ୍ଲାଏନ୍ସ ଇଣ୍ଡିଆର ସଭାପତି ସତୀଶ ଏନ୍‌ଏସ୍‌ କହିଛନ୍ତି, ନୂତନ କ୍ୟୁ ଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଗ୍ରାହକଙ୍କୁ ଅତ୍ୟାଧୁନିକ ଜ୍ଞାକକୌଶଳରେ ନିର୍ମିତ କ୍ୟୁ ଏଲ୍‌ଇଡି ଟିଭି ବ୍ୟାପକ ସୁବିଧା ଯୋଗାଇବ। ବିଶେଷକରି ଏହି ଟେଲିଭିଜନ ଦେଖିବାର ଏକ ନୂତନ ତଥା ଇମର୍ସିଭ୍‌ ଅନୁଭୂତି ଦେବ। ସେହିଭଳି ଏହି ନୂତନ ହାୟର କ୍ୟୁ ଏଲ୍‌ଇଡି ଟିଭି ସିରିଜରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଏବଂ ଷ୍ଟାଇଲିଶ୍‌ ବେଜେଲ୍‌-କମ୍‌ ଡିଜାଇନ ଅନ୍ତର୍ଭୁକ୍ତ ରହିଛି। ଏହା ମାଧ୍ୟମରେ ଉପଭୋକ୍ତା ସେମାନଙ୍କର ଅଭିଜ୍ଞତାକୁ ଶେୟାର କରିପାରିବେ। ଏପରିକି ବର୍ତ୍ତମାନର ଉପଭୋକ୍ତାଙ୍କୁ ଦୃଷ୍ଟିରେ ରଖି ଏହାର ଡିଜାଇନ କରାଯାଇଛି। ସେହିପରି ଭାରତୀୟ ଗ୍ରାହକମାନେ ସ୍ମାର୍ଟ ଏବଂ ନିଜ ଜୀବନରେ ଯୋଡ଼ିବାକୁ ନୂତନ ସ୍ମାର୍ଟ ଉତ୍ପାଦ ଖୋଜନ୍ତି। ଏହାକୁ ଧ୍ୟାନରେ ରଖି ଗ୍ରାହକମାନଙ୍କ ପାଇଁ ମନୋରମ ମନୋରଞ୍ଜନ ପାଇଁ କ୍ୟୁ ଏଲ୍‌ଇଡି ଟିଭି ସିରିଜ ଏସ୍‌୯କ୍ୟୁ ଟି ସିରିଜର ନୂତନ ପରିସର ମଧ୍ୟ ଆରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱର ଅଗ୍ରଣୀ ହୋମ୍‌ ଆପ୍ଲାଏନ୍ସ ଆଣ୍ଡ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ତଥା କ୍ରମାଗତ ୧୪ବର୍ଷ ଧରି ମେଜର ଆପ୍ଲାଏନ୍ସରେ ୱାଲର୍‌ଡ ନମ୍ବର ୧ ବ୍ରାଣ୍ଡ୍‌ ହାୟର ଆପ୍ଲାଏନ୍ସ ଇଣ୍ଡିଆ ଗୁଗଲ୍‌ ଟିଭି ସହିତ ସିରିଜର ନୂତନ ଉପତ୍ାଦ ଲଞ୍ଚ କରିବାକୁ ଘୋଷଣା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri