ବଡ଼ପରଦାକୁ ଫେରିବେ ଶାହାରୁଖ

ବଲିଉହଡ୍‌ର କିଙ୍ଗଖାନ୍‌ ଶାହାରୁଖ ପାଇଁ ଅକ୍ଟୋବର ମାସ ଅବିସ୍ମରଣୀୟ ମାସ ହୋଇ ରହିଯିବ। ପୁଅ ଆର୍ୟନ ଖାନଙ୍କ ଗିରଫ ପରେ ସେ ତାଙ୍କ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ। ତେବେ ପୁଅକୁ ଜାମିନ ମିଳିବା ପରେ ଶାହାରୁଖ ନିଜ କାମକୁ ଫେରିବାକୁ ଯାଉଛନ୍ତି। ବହୁତ ସମୟ ପରେ କିଙ୍ଗ ଖାନ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି। ତାଙ୍କୁ ୟଶ ରାଜ ଫିଲ୍ମସର ଆଗାମୀ ଚଳଚ୍ଚିତ୍ର ‘ପଠାନ’ରେ ଦେଖିବାକୁ ମିଳିବ। ଫିଲ୍ମର କିଛି ଅଂଶ ଶୁଟିଂ କରାଯାଇଛି, କିନ୍ତୁ ବାକି ଅଂଶ ଶୁଟିଂ ପାଇଁ ଶାହାରୁଖ ଶୀଘ୍ର ଯିବେ।
ତାଙ୍କୁ ଖୁବ ଶୀଘ୍ର ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଫିଲ୍ମ ‘ପଠାନ’ ଏବଂ ‘ଆଟଲେ’ରେ ସେ ନଜର ଆସିବେ। ପୁଅକୁ ଅସୁବିଧାରେ ଦେଖି କିଙ୍ଗ ଖାନ ତାଙ୍କର ଉଭୟ ଚଳଚ୍ଚିତ୍ରର ଶୁଟିଂକୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ।

Share