ହାଫିଜ୍‌ଙ୍କ ଆତଙ୍କବାଦୀ ସଂଗଠନ ପ୍ରବକ୍ତାଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ୍‌,୧୨।୧୧: ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବାର ପ୍ରବକ୍ତା ୟାହଆ ମୁଜାହିଦ୍‌ଙ୍କୁ ୩୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ପାକିସ୍ତାନର ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ଏଭଳି ରାୟ ଦେଇଛନ୍ତି। ବିଚାରପତି ଏଜାଜ୍‌ ଅହମ୍ମଦ ବୁଟ୍ଟାର ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅପରାଧର ବିଚାର କରି ଏହି ଦଣ୍ଡାଦେଶ କରିଛନ୍ତି। ୟାହଆ ମୁଜାହିଦ୍‌ ୨୦୦୮ରେ ଭାରତର ମୁମ୍ବାଇରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲେ ବୋଲି କୁହାଯାଉଛି। ଏହି ମାମଲାରେ ପ୍ରଫେସର ଜାଫର ଇକବାଲ ଏବଂ ପ୍ରଫେସର ହାଫିଜ୍‌ ଅବଦୁଲ୍‌ ରହମାନ୍‌ ମକ୍କିଙ୍କୁ ୧୬ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି।

Share