Categories: ଜାତୀୟ

ଆଇସିଏମ୍‌ଆର ଓ୍ବେବସାଇଟ୍‌ ହ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ ହ୍ୟାକର, ୨୪ ଘଣ୍ଟାରେ ୬ ହଜାର ଥର ହ୍ୟାକ୍‌ ଉଦ୍ୟମ…

ନୂଆଦିଲ୍ଲୀ,୬।୧୨ : ବର୍ତ୍ତମାନ ଦେଶରେ ସାଇବର ଆକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ନିକଟରେ ଦିଲ୍ଲୀ ଏମ୍ସ୍‌ର ସର୍ଭରରେ ଏକ ସାଇବର ଆଟାକ କରାଯାଇଥିଲା। ସର୍ଭର ଡାଉନ ଯୋଗୁ ସମସ୍ତ କାର୍ଯ୍ୟ ଅନେକ ଦିନ ପାଇଁ ମାନୁଆଲରେ କରାଯାଇଥିଲା।

ସେହିପରି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଆଇସିଏମଆର୍‌) ର ୱେବସାଇଟରେ ସାଇବର ଆଟାକ୍‌ ହୋଇଥିବାର ଖବର ରହିଛି। କୁହାଯାଉଛି ଯେ ହ୍ୟାକରମାନେ ଗୋଟିଏ ଦିନରେ ପ୍ରାୟ ଛଅ ହଜାର ଥର ଏହାକୁ ହ୍ୟାକ୍‌ କରିବାକୁ ଚେଷ୍ଟା କରଥିଲେ। ୩୦ ନଭେମ୍ବରରେ ସାଇବର ଆଟାକ ଉଦ୍ୟମ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ହଂକଂରେ ଅବସ୍ଥିତ ଏକ କଳା ତାଲିକାଭୁକ୍ତ ଆଇପି ଠିକଣା ମାଧ୍ୟମରେ ଆଇସିଏମଆର ୱେବସାଇଟକୁ ଆଟାକ୍‌ କରାଯାଇଥିଲା। ଆଇସିଏମଆର ସର୍ଭରର ଫାୟାରୱାଲରେ କୌଣସି ସୁରକ୍ଷା ତ୍ରୁଟି ନଥିବାରୁ ହ୍ୟାକରମାନେ ରୋଗୀମାନଙ୍କ ସୂଚନା ପାଇବାରେ ବିଫଳ ହୋଇଥିଲେ। ଯଦି ଫାୟାରୱାଲରେ କିଛି ତ୍ରୁଟି ରହିଥାନ୍ତା, ତେବେ ହ୍ୟାକରମାନେ ସୁରକ୍ଷାକୁ ବାଇପାସ କରିବାରେ ସଫଳ ହୋଇଥାନ୍ତେ।

ଆଇସିଏମଆର ୱେବସାଇଟରେ ସାଇବର ଆଟାକ୍‌ ଉଦ୍ୟମ ସମ୍ପର୍କରେକ୍କୁହାଯାଇଛି ଯେ, ଏହାର ୱେବସାଇଟ ସୁରକ୍ଷିତ ଅଟେ। ଏହା ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟର ଡାଟା ସେଣ୍ଟରରେ ହୋଷ୍ଟ ହୋଇଛି। ଫାୟାରୱାଲ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟରରୁ ଆସିଛି ଏବଂ ନିୟମିତ ଭାବରେ ଏହା ଅପଡେଟ ହେଉଛି। ମେଲ ମାଧ୍ୟମରେ ସାଇବର ଆଟାକ୍‌ ବିଷୟରେ ନ୍ୟାଶନାଲ ଇନଫରମେଟିକ୍ସ ସେଣ୍ଟରକୁ ସୂଚନା ଦିଆଯାଇଥିଲା।

Share