ଇରାନ କ୍ରାନ୍ତିର ୪୪ତମ ବାର୍ଷିକୀ ଉତ୍ସବରେ ରାଷ୍ଟ୍ରପତିଙ୍କ ଟିଭି ଭାଷଣ ପ୍ରସାରଣକୁ ରୋକିଲେ ହ୍ୟାକର…

ତେହେରାନ,୧୨।୨ : ଇରାନ କ୍ରାନ୍ତିର ୪୪ ତମ ବାର୍ଷିକୀକୁ ଲୋକମାନେ ଶନିବାର ଉତ୍ସାହର ସହ ପାଳନ କରିଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ସରକାରୀ ବିରୋଧୀ ହ୍ୟାକରମାନେ ଏହି ଘଟଣା ଉପରେ ନଜର ରଖିଥିଲେ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦ୍ୱାରା ଟେଲିଭିଜନ ଭାଷଣରେ ହ୍ୟାକରମାନେ ବାଧା ସୃଷ୍ଟି କରିଥିଲେ। ରାଷ୍ଟ୍ରପତି ରାଇସିଙ୍କୁ ଦେଶରୁ ହଟାଇବା ପାଇଁ ଗତ କିଛି ଦିନ ହେବ ଅନେକ ଯୁବ ବିକ୍ଷୋଭକାରୀ ରାସ୍ତାରେ ପ୍ରଦର୍ଶନ କରିଥିଲେ। ତେବେ ଯୁବବର୍ଗଙ୍କ ଏହି ପ୍ରଦର୍ଶନ ବିରୋଧରେ ସରକାର ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ରାଷ୍ଟ୍ରପତିଙ୍କ ଲାଇଭ ଟେଲିଭିଜନ ଭାଷଣ ପ୍ରାୟ ଏକ ମିନିଟ ପାଇଁ ଇଣ୍ଟରନେଟରେ ବାଧାପ୍ରାପ୍ତ ହୋଇଥିଲା ଏବଂ ଇରାନର ସରକାରୀ ବିରୋଧୀ ହ୍ୟାକରଙ୍କ ଏକ ଲୋଗୋ ଟିଭି ପରଦାରେ ଦେଖାଯାଇଥିଲା ଯାହା “ଆଡଲ୍ଟ ଅଲି (ଜଷ୍ଟିସ ଅଫ ଅଲି)” ଭାବରେ ଜଣାଶୁଣା। ଏହି ସମୟରେ ଏକ ସ୍ବର ମଧ୍ୟ ଶୁଭିଥିଲା “ଇସଲାମିକ ଗଣରାଜ୍ୟର ମୃତ୍ୟୁ”।

Share