Categories: ଜାତୀୟ

ହାଥରସ୍‌ ମାମଲା: ଘଟଣା ଘଟିଥିବା ଜମିର ମାଲିକ ମାଗିଲେ କ୍ଷତି ପୂରଣ

ଲକ୍ଷ୍ନୌ, ୧୯।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ବଳାତ୍କାର ଘଟଣା ଘଟିଥିବା ଚାଷ ଜମିରେ ଏବେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏନେଇ ସମ୍ପୃକ୍ତ ଜମି ମାଲିକ ଏବେ କ୍ଷତି ପୂରଣ ମାଗିଛନ୍ତି। ପ୍ରମାଣ ନଷ୍ଟ ହେବା ଭୟରେ ଅଧିକାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫସଲ କାଟିବା କିମ୍ବା ଜଳସେଚନ ପାଇଁ ବାରଣ କରିଛନ୍ତି। ଏହାଦ୍ୱାରା ତାଙ୍କର ୯ ବିଘା ଚାଷ ଜମିରେ ଫସଲ ନଷ୍ଟ ହୋଇଯିବ। ତେଣୁ ସେ କ୍ଷତି ପୂରଣ ଦାବି କରିଛନ୍ତି। ଜମିରେ ସେ ବାଜରା ଚାଷ କରିଥିଲେ। ବାରମ୍ବାର ଅଧିକାରୀମାନେ ତାଙ୍କ ଚାଷ ଜମିକୁ ତଦନ୍ତ କରିବାକୁ ଆସୁଥିବାରୁ ତାଙ୍କର ଫସଲ ନଷ୍ଟ ହେବାରେ ଲାଗିଛି। ଫସଲ ଏବେ ଫସଲ ସରକାରୀ ଆଇନ ଯୋଗୁ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଏଥିପାଇଁ ସେ ୫୦ ହଜାର ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି।

Share