Categories: ଜାତୀୟ

ପ୍ରାଣଘାତି ହେଲା ଏଚ୩ଏନ୨ ଭାଇରସ: ଦେଶରେ ୨ ମୃତ, କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୧ ।୩: ଦେଶରେ ଏଚ୩ଏନ୨ ଇନପ୍ଲୁଏଞ୍ଜା ସଂକ୍ରମଣ ପ୍ରାଣଘାତି ହୋଇଛି । ହରିୟାଣା ଓ କର୍ନାଟକରେ ଜଣେ ଜଣେ ରୋଗିଙ୍କ ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ଏଚ୩ଏନ୨ ସମେତ ବିଭିନ୍ନ ଫ୍ଲୁରେ ସଂକ୍ରମିତ ୩ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଲାଣି । ଏମାନଙ୍କ ମଧ୍ୟରୁ ୧,୨୪୫ ଜାନୁୟାରୀରେ ଚିହ୍ନଟ ହୋଇଥିବା ବେଳେ ଫେବୃୟାରୀରେ ୧,୩୦୭ ଓ ୧ ମାର୍ଚ୍ଚରୁ ୯ ମାର୍ଚ୍ଚ ମଧ୍ୟରେ ୪୮୬ ଜଣଙ୍କୁ ଚିହ୍ନଟ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ବଢୁଥିବା ସଂକ୍ରମଣକୁ ନେଇ ରାଜ୍ୟ ସତର୍କ ରହିବା ଓ ଲଗାତାର ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ପ୍ରକାର ସାହାଯ୍ୟ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି ।
ଶନିବାର ନୀତି ଆୟୋଗ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସହ ବୈଠକ କରିବ । ଦେଶରେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଅଧିକାର ପ୍ରାପ୍ତ ଗୋଷ୍ଠୀ ଓ କୋଭିଡ-୧୯ ପାଇଁ ଭ୍ୟାକ୍ସିନ ପ୍ରଶାସନ ଉପରେ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ବି ଶନିବାର ଏକ ବୈଠକ ଡାକିଛନ୍ତି ।

Share