Categories: ଜାତୀୟ

ଏଚ୍‌୩ଏନ୍‌୨ ଭାଇରସ: ୩ ରାଜ୍ୟରୁ ୬ ମୃତ

ବେଙ୍ଗାଲୁରୁ,୧୦।୩: ଦେଶରେ ଏଚ୍‌୩ଏନ୍‌୨ ଭାଇରସରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଜଣେ କର୍ନାଟକ ହାସନ ଜିଲାର ହୋଇଥିବା ବେଳେ ଅନ୍ୟ ୫ ଜଣ ପଞ୍ଜାବ ଏବଂ ହରିଆଣାର ବୋଲି ଜଣାପଡିଛି। । ତେବେ ଏଚ୍‌୩ଏନ୍‌୨ ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ.ସୁଧାକର କହିଛନ୍ତି।

ଏହି ଭାଇରସ ଯୋଗୁ ମାର୍ଚ୍ଚ ୧ରେ ପ୍ରଥମେ ହାସନ ଜିଲାର ହିରେ ଗୌଡା(୮୨)ଙ୍କର ମୃତ୍ୟୁ ହୋଇଥିଲା। ଏଚ୍‌୩ଏନ୍‌୨ ଭାଇରସ ଏକ ପ୍ରକାର ଇନ୍‌ଫ୍ଲୁଏଞ୍ଜା ଭାଇରସ। ଏଥିରେ ଜ୍ବର ସହ ଗଳା, କାଶ, ଶରୀରରେ ଯନ୍ତ୍ରଣା ଏବଂ ନାକରୁ ପାଣି ବାହାରିବା ଆଦି ଲକ୍ଷଣ ରହିଛି।

Share