Categories: ଜାତୀୟ

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ପୋଲିସ ବାହିନୀକୁ ସେ ଦାୟୀ କରୁ ନାହାନ୍ତି କାରଣ ସେମାନେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ମମତା ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ରବିବାର ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏପରି କି ପଶ୍ଚିମବଙ୍ଗରେ ଟିଏମ୍‌ସି କର୍ମକର୍ତ୍ତା କଳା ବ୍ୟାଜ ପିନ୍ଧି ଘଟଣାକୁ ବିରୋଧ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ କୁଚବିହାରରେ ହୋଇଥିବା ହିଂସାକୁ ନିନ୍ଦା କରିବା ସହ ପ୍ରାଣ ହରାଇଥିବା ବ୍ୟକ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଟିଏମ୍‌ସିକୁ ହିଂସା କାଣ୍ଡ ପାଇଁ ସେ ଦାୟୀ କରିଛନ୍ତି।

Share