Posted inଜାତୀୟ

ଜ୍ଞାନବାପି ମସ୍‌ଜିଦ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ

ବାରାଣସୀ,୧୫।୧୦(ପି.ଟି.): ଜ୍ଞାନବାପି ମସ୍‌ଜିଦ ପରିସରରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବା ଲାଗି ଆବେଦନକୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ମସ୍‌ଜିଦ ପରିସରରେ କେବେଠାରୁ ଶିବଲିଙ୍ଗ ସ୍ଥାପିତ ହୋଇଥିଲା ତାହା ଜାଣିବା ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯିବା ସହ କାର୍ବନ ଡେଟିଂ ପାଇଁ ହିନ୍ଦୁ ପକ୍ଷ ଆବେଦନ କରିଥିଲେ। ଏହାକୁ ନିରାପଦର ସହ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ଦର୍ଶାଇ ଜିଲା ଜଜ୍‌ ଏ.କେ. ବିଶ୍ୱେସ ଉକ୍ତ ପିଟିଶନକୁ ଖାରଜ କରିଦେଇଥିବା ସରକାରୀ ଓକିଲ ରାଣା ସଞ୍ଜୀବ ସିଂ କହିଛନ୍ତି। ଗତ ମଙ୍ଗଳବାର ଅଦାଲତ ହିନ୍ଦୁ ପକ୍ଷ ଏବଂ ମସ୍‌ଜିଦ କମିଟିର ଆବେଦନ ଶୁଣାଣି କରିବା ପରେ ଶୁକ୍ରବାର ରାୟ ଘୋଷଣା କରାଯିବ ବୋଲି କହିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ ଏବଂ ଜନସାଧାରଣଙ୍କ ଭାବାବେଗକୁ ଦୃଷ୍ଟିରେ ରଖି କାର୍ବନ ଡେଟିଂକୁ ଅନୁମତି ଦିଆଯାଇପାରୁନାହିଁ । ଓ୍ବାଜୁଖାନାକୁ ସିଲ୍‌ କରି ରଖାଯିବ ବୋଲି ଅଦାଲତ କହିଥିବା ହିନ୍ଦୁ ପକ୍ଷର ଓକିଲ ଶିବମ୍‌ ଗୌର ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ମସ୍‌ଜିଦ ପରିସରର ଭିଡିଓଗ୍ରାଫି ସର୍ଭେ ବେଳେ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରୁଛନ୍ତି। ତେବେ ତାହା ଶିବଲିଙ୍ଗ ନୁହେଁ, ଓ୍ବାଜୁଖାନାର ଏକ ଅଂଶବିଶେଷ ବୋଲି ମସ୍‌ଜିଦ ପରିଚାଳନା କମିଟି ଦାବି କରୁଛି। ୫ ହିନ୍ଦୁ ପକ୍ଷଙ୍କ ମଧ୍ୟରୁ ୪ ଜଣ ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଆବେଦନ କରିଥିଲେ। ଅନ୍ୟପକ୍ଷରେ କାର୍ବନ ଡେଟିଂ କରାଯାଇପାରିବ ନାହିଁ ବୋଲି ମୁସଲମାନ ପକ୍ଷର ଓକିଲ ମମତାଜ ଅହମଦ ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ। କାରଣ କାର୍ବନ ଡେଟିଂ ନାମରେ ଯଦି ତଥାକଥିତ ଶିବଲିଙ୍ଗ ଭାଙ୍ଗିଯାଏ, ତେବେ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଅବମାନନା ହେବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଉକ୍ତ ବସ୍ତୁକୁ ସୁରକ୍ଷିତ ରଖିବା ଲାଗି ସୁପ୍ରିମକୋର୍ଟ ବାରାଣସୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାର ଯାଞ୍ଚ କରାଯିବା ଯଥାର୍ଥ ହୋଇ ନ ପାରେ ବୋଲି ମୁସଲମାନ ପକ୍ଷର ଓକିଲ କହିଥିଲେ। ଜ୍ଞାନବାପି ମସ୍‌ଜିଦ ବାହାର କାନ୍ଥରେ ଥିବା ଶ୍ରୀଙ୍ଗାର ଗୌରୀଙ୍କ ଉପାସନା ଲାଗି ଅନୁମତି ଆବେଦନ ହେଉଛି ମୂଳ ମାମଲା। ଏହାର ଶିବଲିଙ୍ଗ ଢାଞ୍ଚା ସହ କୌଣସି ସମ୍ପର୍କ ନ ଥିବା ମୁସଲମାନ ପକ୍ଷ କହିଥିଲେ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସ୍‌ଜିଦକୁ ନେଇ ଦୀର୍ଘଦିନରୁ ମାମଲା ବାରାଣସୀ କୋର୍ଟଙ୍କ ବିଚାରାଧୀନ ରହିଛି। ମୋଗଲ ସମ୍ରାଟ ଆଉରଙ୍ଗଜେବ୍‌ଙ୍କ ନିର୍ଦ୍ଦେଶରେ ମନ୍ଦିରର କିଛି ଅଂଶ ଭଙ୍ଗାଯାଇ ସେଠାରେ ମସ୍‌ଜିଦ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

LACରେ ତିକ୍ତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri