Categories: ଜାତୀୟ

ଜ୍ଞାନବାପି ସର୍ଭେ ରିପୋର୍ଟ କୋର୍ଟରେ ଦାଖଲ

ନୂଆଦିଲ୍ଲୀ,୧୯ା୧୨: ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ସୋମବାର ଅପରାହ୍ନରେ ଜ୍ଞାନବାପି ମସ୍‌ଜିଦ ପରିସରର ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଜଉମୁଦ ଲଫାପାରେ ଉତ୍ତରପ୍ରଦେଶର ବାରାଣସୀ ଜିଲା ଜଜ୍‌ କୋର୍ଟରେ ଦାଖଲ କରିଛି। ତେବେ ଏହି ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯିବ କି ନାହିଁ କିମ୍ବା ପିଟିଶନ ଦାଖଲ କରିଥିବା ହିନ୍ଦୁ ପକ୍ଷ ଅଥବା ମୁସଲମାନ ପକ୍ଷ ମଧ୍ୟରେ ଶେୟାର କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହିନ୍ଦୁ ପକ୍ଷ ଜଉମୁଦା ଲଫାପାରେ ରିପୋର୍ଟକୁ ବିରୋଧ କରିଥିବାବେଳେ ମୁସଲମାନ ପକ୍ଷ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ବିରୋଧ କରିଆସୁଛି। ସପ୍ତଦଶ ଶତାବ୍ଦୀର ଏହି ମସ୍‌ଜିଦ ଏକ ହିନ୍ଦୁ ମନ୍ଦିର ଉପରେ ନିର୍ମାଣ ହୋଇଥିବା ହିନ୍ଦୁ ପକ୍ଷ ଦାବି କରୁଥିବାରୁ ଏହାର ସର୍ଭେ ଆବଶ୍ୟକ ପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ସିଲ୍‌ ହୋଇଥିବା ଅଞ୍ଚଳକୁ ବାଦ୍‌ ଦେଇ ମସ୍‌ଜିଦ ପରିସରର ଅବଶିଷ୍ଟ ଅଞ୍ଚଳର ସର୍ଭେ ଲାଗି ବାରାଣସୀ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share