Posted inଫୁରସତ

ଭାଲେଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ ଚୋରି ସ୍କୁଟି ଉପହାର ଦେଇଥିଲେ ଯୁବକ: ଏମିତି ଫିଟିଲା ରହସ୍ୟ

ନୂଆଦିଲ୍ଲୀ,୧୭।୨: ହରିୟାଣାର ଅମ୍ବଲାରେ ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପ୍ରେମିକାଙ୍କୁ ଏକ ଚୋରି ସ୍କୁଟର ଉପହାର ଦେଇଥିଲେ। ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଝିଅଟି ତାଙ୍କ ବନ୍ଧୁମାନଙ୍କ ସହିତ ସ୍କୁଟିରେ ବୁଲିଥିଲେ ଏବଂ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଝିଅଟି ଆହତ ହୋଇଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣାଟି ପରେ ପ୍ରକାଶ ପାଇଥିଲା।
ଏହି ଘଟଣାଟି ଅମ୍ବାଲା କ୍ୟାଣ୍ଟ ଅଞ୍ଚଳରେ ଘଟିଛି। ଝିଅଟି ତା’ର ବନ୍ଧୁମାନଙ୍କ ସହିତ ସ୍କୁଟିରେ କ୍ୟାଣ୍ଟନମେଣ୍ଟରେ ବୁଲୁଥିଲେ। ଏହି ସମୟରେ, ଏକ କାର ତାଙ୍କୁ ପଛରୁ ଧକ୍କା ଦେଇଥିଲା, ଯାହା ଫଳରେ ସ୍କୁଟିଟି ରାସ୍ତାରେ ପଡ଼ିଯାଇଥିଲା ଏବଂ ଝିଅଟି ଆହତ ହୋଇଥିଲେ। ଦୁର୍ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଆହତ ଝିଅଟିକୁ କ୍ୟାଣ୍ଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା କ୍ଷଣି ଝିଅଟିକୁ ପଚରାଉଚରା କରାଯାଇଥିଲା। ପଚରାଉଚରା ସମୟରେ ଝିଅଟି ପୋଲିସକୁ କହିଛି ଯେ, ସ୍କୁଟିଟି ତାଙ୍କୁ ପ୍ରେମିକ ଉପହାର ଦେଇଥିଲେ।
ସ୍କୁଟି ଚୋରି ଘଟଣାଟି ଜାନୁଆରୀ ୨୮ ତାରିଖରେ ଘଟିଥିଲା। ପୋଲିସ ଏବେ ଅଭିଯୁକ୍ତ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଖୁଲାସା ପରେ, ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଝିଅଟିକୁ ହେପାଜତକୁ ନେଇଥିଲା। ଅମ୍ବାଲା କ୍ୟାଣ୍ଟର ବାସିନ୍ଦା ଅମରଜିତ ସିଂହ ଜାନୁଆରୀ ୩୦ରେ ପୋଲିସରେ ଅଭିଯୋଗ କରିଥିଲେ।
ଅମରଜିତ କହିଛନ୍ତି ଯେ. ଜାନୁଆରୀ ୨୮ ତାରିଖରେ ସେ ତାଙ୍କ ସ୍କୁଟି ସହିତ ସୁଭାଷ ପାର୍କ ଯାଇଥିଲେ। ସେ ପାର୍କର ୨ ନମ୍ବର ଗେଟରେ ତାଙ୍କ ସ୍କୁଟି ରଖି କିଛି ସମୟ ପାଇଁ ବୁଲିବାକୁ ଗଲେ। ପ୍ରାୟ ୨୦ ମିନିଟ ପରେ ସେ ଫେରିବା ପରେ, ତାଙ୍କ ସ୍କୁଟି ସେଠାରେ ନ ଥିଲା। ଘଟଣାର ଗମ୍ଭୀରତାକୁ ବୁଝି ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଏବେ ଚୋରି ସ୍କୁଟିର ରହସ୍ୟ ଉନ୍ମୋଚିତ ହୋଇଛି।
ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଥିଲା, ଝିଅଟିକୁ ଉପହାର ଦିଆଯାଇଥିବା ସ୍କୁଟି ଚୋରି ହୋଇଥିଲା। ଏବେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri