Posted inଫୁରସତ

ଭାଲେଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ ଚୋରି ସ୍କୁଟି ଉପହାର ଦେଇଥିଲେ ଯୁବକ: ଏମିତି ଫିଟିଲା ରହସ୍ୟ

ନୂଆଦିଲ୍ଲୀ,୧୭।୨: ହରିୟାଣାର ଅମ୍ବଲାରେ ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପ୍ରେମିକାଙ୍କୁ ଏକ ଚୋରି ସ୍କୁଟର ଉପହାର ଦେଇଥିଲେ। ଏହି ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଝିଅଟି ତାଙ୍କ ବନ୍ଧୁମାନଙ୍କ ସହିତ ସ୍କୁଟିରେ ବୁଲିଥିଲେ ଏବଂ ହଠାତ୍‌ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଝିଅଟି ଆହତ ହୋଇଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣାଟି ପରେ ପ୍ରକାଶ ପାଇଥିଲା।
ଏହି ଘଟଣାଟି ଅମ୍ବାଲା କ୍ୟାଣ୍ଟ ଅଞ୍ଚଳରେ ଘଟିଛି। ଝିଅଟି ତା’ର ବନ୍ଧୁମାନଙ୍କ ସହିତ ସ୍କୁଟିରେ କ୍ୟାଣ୍ଟନମେଣ୍ଟରେ ବୁଲୁଥିଲେ। ଏହି ସମୟରେ, ଏକ କାର ତାଙ୍କୁ ପଛରୁ ଧକ୍କା ଦେଇଥିଲା, ଯାହା ଫଳରେ ସ୍କୁଟିଟି ରାସ୍ତାରେ ପଡ଼ିଯାଇଥିଲା ଏବଂ ଝିଅଟି ଆହତ ହୋଇଥିଲେ। ଦୁର୍ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଆହତ ଝିଅଟିକୁ କ୍ୟାଣ୍ଟ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା କ୍ଷଣି ଝିଅଟିକୁ ପଚରାଉଚରା କରାଯାଇଥିଲା। ପଚରାଉଚରା ସମୟରେ ଝିଅଟି ପୋଲିସକୁ କହିଛି ଯେ, ସ୍କୁଟିଟି ତାଙ୍କୁ ପ୍ରେମିକ ଉପହାର ଦେଇଥିଲେ।
ସ୍କୁଟି ଚୋରି ଘଟଣାଟି ଜାନୁଆରୀ ୨୮ ତାରିଖରେ ଘଟିଥିଲା। ପୋଲିସ ଏବେ ଅଭିଯୁକ୍ତ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ଖୁଲାସା ପରେ, ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଝିଅଟିକୁ ହେପାଜତକୁ ନେଇଥିଲା। ଅମ୍ବାଲା କ୍ୟାଣ୍ଟର ବାସିନ୍ଦା ଅମରଜିତ ସିଂହ ଜାନୁଆରୀ ୩୦ରେ ପୋଲିସରେ ଅଭିଯୋଗ କରିଥିଲେ।
ଅମରଜିତ କହିଛନ୍ତି ଯେ. ଜାନୁଆରୀ ୨୮ ତାରିଖରେ ସେ ତାଙ୍କ ସ୍କୁଟି ସହିତ ସୁଭାଷ ପାର୍କ ଯାଇଥିଲେ। ସେ ପାର୍କର ୨ ନମ୍ବର ଗେଟରେ ତାଙ୍କ ସ୍କୁଟି ରଖି କିଛି ସମୟ ପାଇଁ ବୁଲିବାକୁ ଗଲେ। ପ୍ରାୟ ୨୦ ମିନିଟ ପରେ ସେ ଫେରିବା ପରେ, ତାଙ୍କ ସ୍କୁଟି ସେଠାରେ ନ ଥିଲା। ଘଟଣାର ଗମ୍ଭୀରତାକୁ ବୁଝି ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଏବେ ଚୋରି ସ୍କୁଟିର ରହସ୍ୟ ଉନ୍ମୋଚିତ ହୋଇଛି।
ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଥିଲା, ଝିଅଟିକୁ ଉପହାର ଦିଆଯାଇଥିବା ସ୍କୁଟି ଚୋରି ହୋଇଥିଲା। ଏବେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Youtubeରୁ ପ୍ରତି ମାସକୁ କେତେ ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୮।୩: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମଙ୍ଗଳବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ଗ୍ରେଟର ନୋଏଡାର କ୍ରିଷ୍ଣା...

Phone Expiry Date: ଫୋନ୍‌ର ଥାଏ କି ଏକ୍ସପାରୀ ଡେଟ୍‌: ଜାଣନ୍ତୁ ରୋଚକ ତଥ୍ୟ

ରନ୍ଧନ ତେଲ ହେଉ କିମ୍ବା ଔଷଧ। ଅଧିକାଂଶ ଜିନିଷରେ ଏକ୍ସପାରୀ ଡେଟ୍‌ ଲେଖାଥାଏ। କିନ୍ତୁ କ’ଣ ଜାଣନ୍ତି କି ଆପଣ ବର୍ଷ ବର୍ଷ ଧରି ବ୍ୟବହାର...

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri