Categories: ଫୁରସତ

ଇଞ୍ଜିନିୟରିଂ ଚାକିରିରେ ମିଳିଲାନି ଶାନ୍ତି, ବ୍ୟକ୍ତି କଲେ ଏମିତି କାମ

ଜଣେ ଇଞ୍ଜିନିୟର ଚା’ବାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ତାଙ୍କର ଫଟୋକୁ ଆଇଏଏସ୍‌ ଅବନୀଶ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଜଣେ ଇଞ୍ଜିନିୟରରୁ ଚା’ ବାଲା ସାଜିଥିବା ବ୍ୟକ୍ତି କାହାଣୀ ରହିଛି। ଯାହାକି ଲୋକଙ୍କୁ ଖୁବ୍‌ ପ୍ରଭାବିତ କରୁଛି। କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ। କିନ୍ତୁ ଉକ୍ତ କାମରେ ଶାନ୍ତି ମିଳୁଥିବା ଉଚିତ୍‌ ବୋଲି ସେ ବୁଝାଇଛନ୍ତି।
ଅବନୀଶ ଫଟୋ ଶେୟାରକରି ଲେଖିଛନ୍ତି, ବର୍ତ୍ତମାନ ସମୟରେ ସଚ୍ଚୋଟତା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ସେ କିନ୍ତୁ ସବୁକିଛି ସଫା ସଫା କହିଦେଇଛନ୍ତି। ‘ଇଞ୍ଜିନିୟର ଚା’ବାଲା’ ଚାକିରି ଚାଟିସ୍‌ଫେକ୍ସନ ସହ।
ଏହି ଭାଇରାଲ ପୋଷ୍ଟରେ ଲେଖାଯାଇଛି, ସେମିତିରେ ମୁଁ ସପ୍ଟଓ୍ବେର୍‌ ଇଞ୍ଜିନିୟର। ମୁଁ ଅନେକ ନାମୀ କମ୍ପାନୀରେ କାମ କରିସାରିଛି। ସେଠାରେ ଟଙ୍କା ମିଳୁଥିଲା, ହେଲେ ଶାନ୍ତି ନୁହେଁ। ପ୍ରତିଦିନ ମୋ ଟେବୁଲ ଉପରକୁ ଚା’ ଆସୁଥିଲା, ହେଲେ କେବେ ଭଲ ଚା’ ମିଳୁ ନ ଥିଲା। ମୁଁ ପ୍ରଥମରୁ ଚା’ ପ୍ରେମୀ ଥିଲି। ବ୍ୟବସାୟ ମଧ୍ୟ କରିବାକୁ ଚାହୁଁଥିଲି। ତେଣୁ ମୁଁ ଚା’ରୁ ମୋର ବ୍ୟବସାୟ ଆରମ୍ଭ କରି। ଏହାପରେ ମୁଁ ଇଞ୍ଜିନିୟର ଚା’ ବାଲା ହୋଇଗଲି ବୋଲି ଲେଖାରହିଛି।

Share