ଗୁଟ୍‌ଖା କାରଖାନାରେ ଅଗ୍ନିକାଣ୍ଡ: ୧୨ ଉଦ୍ଧାର, ଅନେକ ଫସିଥିବା ସନ୍ଦେହ

ସମ୍ବଲପୁର,୨୦।୧୨(ବ୍ୟୁରୋ): ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍‌ଖା କାରଖାନାରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୧୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗିବା ପରେ ଖବର ତୁରନ୍ତ ଅଗ୍ନିଶମ ବାହିନୀକୁ ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ କାରଖାନାରୁ ଉଦ୍ଧାର କରାଯାଇଥିବା ବେଳେ ଭିତରେ ଆହୁରି ଅନେକ ଲୋକ ଫସିଥିବାର ମଧ୍ୟ ସନ୍ଦେହ କରାଯାଉଛି ।