ସମ୍ମିଳନୀରେ କର୍ମୀଙ୍କୁ ଗୁରୁମନ୍ତ୍ର

ଝାରସୁଗୁଡ଼ା ଅଫିସ,୨୮ା୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଲଖନପୁର ବ୍ଲକ୍‌ ଦଳଗାଁ ପଞ୍ଚାୟତ ସେନାମାଲ ଛକ ନିକଟରେ ଶୁକ୍ରବାର ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଟିକେଶ୍ୱର ସେନାପତି ପରିଚାଳନା କରିଥିଲେ। ଏଥିରେ ଷ୍ଟାର ପ୍ରଚାରକ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଜିଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ସହପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ, ବିଜେଡି ରାଜ୍ୟ ସମ୍ପାଦକ ସୌଭାଗ୍ୟ ନାୟକ, ବୌଦ୍ଧ ଜିଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ପୂର୍ବତନ ବିଧାୟକ ଭଗବାନ କାହ୍ନାର, ଜିଲା ପରିଷଦ ସଦସ୍ୟା ପୁଷ୍ପଲତା ସେଠ୍‌, ସରପଞ୍ଚ ସନ୍ତୋଷ ରୋହିଦାସ, ସମିତିସଭ୍ୟ ରୋହିତ ଉର୍ମା ପ୍ରମୁଖ ଯୋଗଦେଇଥିଲେ। ଦଳୀୟ ପ୍ରାର୍ଥିନୀ ଅଳକା ମହାନ୍ତି ଯେଭଳି ସର୍ବାଧିକ ଭୋଟରେ ବିଜୟୀ ହେବେ ଏ ଦିଗରେ ରଣନୀତି ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ କର୍ମୀଙ୍କୁ ନେତୃବୃନ୍ଦ ଗୁରୁମନ୍ତ୍ର ଦେଇଥିଲେ।