Posted inଜାତୀୟ

୮ ଜଣଙ୍କ ବିରୋଧରେ ଆଣିଥିଲେ ମିଛ ବଳାତ୍କାର ଅଭିଯୋଗ

ଗୁରୁଗ୍ରାମ,୩୦।୧୨: ଲୋକଙ୍କ ନାମରେ ମିଛ ବଳାତ୍କାର ଅଭିଯୋଗ କରିବା ପାଇଁ ଗୁରୁଗ୍ରାମର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା କଲେଜ ଛାତ୍ରୀ ପୋଲିସ ଆଗରେ ୮ ଜଣଙ୍କ ବିରୋଧରେ ମିଛ ବଳାତ୍କାର ଅଭିଯୋଗ କରିଥିବା ସ୍ବୀକାର କରିଛନ୍ତି। ତାଙ୍କୁ ଗିରଫ କରି ବୁଧବାର କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଜାମିନ ନ ମିଳିବାରୁ ତାଙ୍କୁ ବିଚାରଧୀନ ହାଜତକୁ ପଠାଇ ଦିଆଯାଇଛି। ଯୁବତୀଙ୍କ ସହ ତାଙ୍କ ମା’ ଓ ନରେନ୍ଦ୍ର ଯାଦବ ନାମକ ଜଣେ ବ୍ୟକ୍ତି ଏହି ର଼୍ୟାକେଟ୍‌ ଚଳାଉ ଥିଲେ। ସେମାନେ ଏବେ ଫେରାର ଅଛନ୍ତି ବୋଲି ଅପରାଧ ଶାଖା ଏସିପି ପ୍ରୀତ ପାଲ ସିଂ ସାଙ୍ଗଓ୍ବାନ କହିଛନ୍ତି।

ଅଭିଯୁକ୍ତାଙ୍କ ବିରୋଧରେ ଜଣେ ସାମାଜିକ କର୍ମୀ ଅକ୍ଟୋବରରେ ପୋଲିସରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ପୂର୍ବରୁ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟର ମହିଳା କମିଶନ।

ଗତ ମଙ୍ଗଳବାର କର୍ନାଲର ନ୍ୟୁ କଲୋନୀ ଥାନାରେ ଏକ ଅଭିଯୋଗ ଆସିଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ବିଜୟ ପାର୍କ ଅଞ୍ଚଳରେ ଭଡ଼ା ଘର ଖୋଜୁଥିବା ବେଳେ ମୋ ପୁଅ କାନ୍ଥରେ ଟୁ ଲେଟ୍‌ ଲାଗିଥିବା ପୋଷ୍ଟରରୁ ନମ୍ବର ନେଇ କଲ କରିଥିଲେ। ରୁମ ଦେବାକୁ ରାଜି ଥିବା କହିଥିଲେ ଜଣେ ଯୁବତୀ। ପରେ ଯୁବତୀ ଜଣକ ମୋ ପୁଅକୁ ଫୋନ କରି କଥା ହେବାର କିଛି ଦିନ ପରେ ଧମକାଉଛନ୍ତି।

ତାଙ୍କ ଅଭିଯୋଗକୁ ଆଧାର କରି ଯୁବତୀଙ୍କୁ ଗିରଫ କରିଥିଲୁ। ସେହି ଯୁବତୀ ୮ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିଲେ। ସେଥି ମଧ୍ୟରୁ ୪ଟି ଖାରଜ ହୋଇ ସାରିଥିବା ବେଳେ ୩ ମାମଲା କୋର୍ଟରେ ବିଚାରଧୀନ ଅଛି। ଅନ୍ୟ ଦୁଇଟି ମାମଲାର ତଦନ୍ତ ଚାଲିଥିବା ନ୍ୟୁ କଲୋନୀ ଥାନା ଏସ୍‌ଏଚ୍‌ଓ ରାଜେଶ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri