Posted inଜାତୀୟ

ବିନା ବାଣରେ ଗୁରୁଗ୍ରାମରେ ପାଳନ ହେବ ଦୀପାବଳି

ଗୁରୁଗ୍ରାମ,୬।୧୧: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ବିନା ବାଣରେ ପାଳନ ହେବ ଦୀପାବଳି। କରୋନା ଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କିଛି ଏଭଳି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ନଭେମ୍ବର ୧୪ ଅର୍ଥାତ୍‌ ଦୀପାବଳି ପୂର୍ବରୁ ବା ପରେ ଜିଲାରେ ବାଣ ଫୁଟାଇବା ଉପରେ ଜିଲା ପ୍ରଶାସନ ପ୍ରତିବନ୍ଧକ ଲଗାଇଛି। କେବଳ ଦୀପାବଳି ଦିନ ମାତ୍ର ୨ଘଣ୍ଟା ଅର୍ଥାତ୍‌ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ସେଥିରେ ମଧ୍ୟ ପ୍ରଦୂଷଣ ହେଉ ନ ଥିବା ବାଣ ବା ଗ୍ରୀନ କ୍ରାକର ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଣ ଫୁଟାଇବା ପାଇଁ ଜିଲାର ୮ଟି ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ଯେଉଁଠାରେ ଲୋକମାନେ ଦୀପାବଳି ଦିନ ବାଣ ଫୁଟାଇ ଉତ୍ସବ ମନାଇପାରିବେ। ଏହାଛଡ଼ା ଅନ୍ୟସ୍ଥାନରେ ବାଣ ଫୁଟାଇବା ପ୍ରତିବନ୍ଧକ ରହିବ। ଏନେଇ ଗୁରୁଗ୍ରାମର ଜିଲ୍ଲାପାଳ ତଥା ଡେପୁଟି କମିଶନର ଅମିତ ଖତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ! ଭାକ୍ସିନ୍‌ କେନ୍ଦ୍ରରୁ ନ ହେଉ ସଂକ୍ରମଣ…

ନୂଆଦିଲ୍ଲୀ,୬।୭: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ...

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌

କାବୁଲ, ୭ା୯: ଆଫଗାନିସ୍ତାନର ଆଭ୍ୟନ୍ତରୀଣ ଲଢ଼େଇରେ ପାକିସ୍ତାନ ହସ୍ତକ୍ଷେପ କରି ପଞ୍ଜଶିର ଉପତ୍ୟକାରେ ଏୟାର ଷ୍ଟ୍ରାଇକ୍‌ କରିଛି। ପ୍ରତିରୋଧୀ ବଳର ନେତୃତ୍ୱ ନେଉଥିବା ଅହମ୍ମଦ ମାସୁଦ...

ଶିବସେନା ଦାବି ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ମୁମ୍ବାଇ,୧୪ା୧୧(ପି.ଟି.): ୫୦:୫୦ ସୂତ୍ରରେ ମୁଖ୍ୟମନ୍ତ୍ରୀ ପଦବୀ ଭାଗବଣ୍ଟା ସମେତ ଶିବସେନାର ଅନ୍ୟ ଦାବିଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ରାଜନୈତିକ...

୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୮।୭: ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ...

ମାଙ୍କଡ଼ ତଡ଼ିବା ପାଇଁ ଭାଲୁ ପୋଷାକ ପିନ୍ଧିଲେ ଆଇଟିବିପି ଯବାନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ଛଡ଼ାଇ ନେବା ସହିତ ନାନା ପ୍ରକାର ହଇରାଣ କରୁଛନ୍ତି।...

‘ସିଂଘମ ରିଟର୍ଣ୍ଣସ୍‌’ ଲେଖି କେଜରିଓ୍ବାଲଙ୍କ ଫଟୋସହ ପୋଷ୍ଟର ଦେଖାଇଲେ ପ୍ରଶଂସକ

ନୂଆଦିଲ୍ଲୀ,୧୬।୨: ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ର ଭାବେ ଶପଥ ନେଇଛନ୍ତି। ଏହି ଅବସରରେ ଦିଲ୍ଲୀବାସୀଙ୍କ...

ଆସାମ ବନ୍ୟା: ମୃତ୍ୟୁସଂଖ୍ୟା ୪୪

ଗୁଆହାଟୀ,୧୭।୬:ଆସାମର ଗୋଲପଡା ସହରରେ ଗୁରୁବାର ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚତ୍ଛି।...

ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ...

Advertisement
Archives

Model This Week