Categories: ଜାତୀୟ

ଅଳିଆ ଗଦାରେ ଲାଗିଲା ନିଆଁ: ଲିଭାଇବାକୁ ପହଞ୍ଚିଲା ୩୫ ଦମକଳ ଗାଡି

ନୂଆଦିଲ୍ଲୀ,୨୬ ।୪: ରାଜଧାନୀ ଦିଲ୍ଲୀକୁ ଲାଗି ରହିଥିବା ଗୁରୁଗ୍ରାମର ମାନେସର ଅଞ୍ଚରେ ସୋମବାର ବିଳମ୍ବିତ ରାତିରେ ଅଳିଆ ଗଦାରେ ଭିଷଣ ନିଆଁ ଲାଗିଯାଇଥିଲା । ସେକ୍ଟର- ୬ ନିକଟରେ ଲାଗିଥିବା ଏହି ନିଆଁକୁ ଲିଭାଇବାକୁ ପ୍ରାୟ ୩୫ଟି ଦମକଳ ଗାଡି ସେଠାରେ ପହଞ୍ଚିଥିଲା । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଭିଷଣ ନିଆଁ ଯୋଗୁ କିଛି କିଲୋମିଟର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଥିଲା । ସମାଚାର ଏଜେନ୍ସି ଏଏନଆଇ ଦ୍ୱାରା ରାତିରେ ଏହାର ଭିଡିଓ ବି ଟୁଇଟ୍ କରାଯାଇଥିଲା ।
ସୂଚନାଯୋଗ୍ୟ, ଦକ୍ଷିଣ ପୂର୍ବ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ସୋମବାର ଏକ ବସ୍ତିରେ ନିଆଁ ଲାଗିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୩୫ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଥିଲା ।

Share