ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ ଶନିବାର ଏବଂ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଶିବିରକୁ ଶନିବାର ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।
ସେହିପରି ପ୍ରଦର୍ଶନୀ ଶିବିରକୁ ମତ୍ସ୍ୟ ଏବଂ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଥିଲେ । ଜିଲା ସଭାପତି ତଥା ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ଦଳୀୟ ଚିନ୍ତାଧାରା, ସଂଗଠନ, ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୌଦ୍ଧିକ ଏବଂ ସାଙ୍ଗଠନିକ ଦକ୍ଷତାର ବିକାଶ ସହ ୧୨ଟି ବିଭିନ୍ନ ପ୍ରସଙ୍ଗରେ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
ଦୁଇ ଦିନିଆ ଶିବିରରେ ଏମ୍ପି ତଥା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବଳଭଦ୍ର ମାଝୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ପ୍ରଭାରୀ ଭଗବାନ ମହାନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜକୁମାର ପୁଲୱାରିୟା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶାଳ, ଖୋର୍ଦ୍ଧା ପ୍ରଭାରୀ ପବିତ୍ର ଦାସ, ରାଜ୍ୟ ଯୁବମୋର୍ଚ୍ଚ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦକ ସରୋଜ କର ଏବଂ ଭଗବାନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
ପ୍ରଭାରୀ ଅରୁଣ କୁମାର ପଣ୍ଡା ଏବଂ ମହେଶ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବର୍ଗ ପ୍ରମୁଖ ବୁଲୁ ସ୍ବାଇଁ, କାର୍ଯ୍ୟକ୍ରମ ପ୍ରମୁଖ ରବୀନ୍ଦ୍ର କୁମାର ଗୌଡ଼, ନିୟନ୍ତ୍ରକ ଶିବାନନ୍ଦ ସ୍ବାଇଁ, ବର୍ଷା ନାୟକ, ବ୍ୟବସ୍ଥା ପ୍ରମୁଖ ଧୋବା ଗୌଡ଼, ଜିଲା ସାଧାରଣ ସମ୍ପାଦକ ସୀମାଞ୍ଚଳ ସାହୁ ଏବଂ ସନ୍ତୋଷ ପାଳଙ୍କ ସହିତ ସମସ୍ତ ଜିଲା ପଦାଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶିବିରରେ ୨୪ ମଣ୍ଡଳରୁ ୧୪୮ଜଣ କର୍ମକର୍ତ୍ତା ଯୋଗଦେଇ ତାଲିମ ନେଇଥିଲେ।