ଗୁରୁ-କେତୁଙ୍କ ମହାସଂଯୋଗ: ଏହି ୪ଟି ରାଶିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ, ମିଳିବ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦେବଗୁରୁ ବୃହସ୍ପତି ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶିରେ କେତୁ ପୂର୍ବରୁ ହିଁ ବିରାଜମାନ ଅଛନ୍ତି। ଏପରି ସ୍ଥିତିରେ ଗୁରୁ ଏବଂ କେତୁଙ୍କ ଏକାଠି ହେବା ଯୋଗୁଁ ଏକ ବିଶେଷ ଯୁତି (ସଂଯୋଗ) ନିର୍ମାଣ ହେବ। ଗୁରୁ-କେତୁଙ୍କ ଏହି ଯୁତିର ପ୍ରଭାବରୁ କ୍ୟାରିୟର ଏବଂ ବ୍ୟାପାରରେ ବଡ଼ ଧରଣର ଲାଭ ମିଳିବାର ସମ୍ଭାବନା ରହିଛି।

ଏହି ଯୁତିର ପ୍ରଭାବରେ ମେଷ, ସିଂହ, କନ୍ୟା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷ ବିଶେଷ ଭାବରେ ଉପକୃତ ହେବେ। ଆସନ୍ତୁ ଏହି ରାଶିଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା…

ଗୁରୁ ଏବଂ କେତୁଙ୍କ ଏହି ଯୁତି ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। କ୍ୟାରିୟର ଏବଂ ବ୍ୟାପାରରେ ଅଗ୍ରଗତିର ନୂତନ ଯୋଗ ସୃଷ୍ଟି ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ଏବଂ ଆପଣ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରିପାରିବେ।

ସିଂହ ରାଶି ସିଂହ ରାଶିର ଲୋକଙ୍କ ଆୟ ବୃଦ୍ଧି ପାଇପାରେ। ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ ମଧ୍ୟ ବୃଦ୍ଧି ହେବ, ଯାହାଦ୍ୱାରା ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ। ଏହାସହିତ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି। ଯଦି ଆପଣ ଏକ ନୂତନ ଚାକିରି ଖୋଜୁଛନ୍ତି, ତେବେ ଏଥିରେ ସଫଳତା ମିଳିବାର ପୂର୍ଣ୍ଣ ସମ୍ଭାବନା ରହିଛି।

ଗୁରୁ ଏବଂ କେତୁଙ୍କ ମିଳନ ଯୋଗୁ କନ୍ୟା ରାଶିର ଜାତକମାନେ ବେଶ ଲାଭବାନ ହେବେ। ଏହି ରାଶିର ଲୋକଙ୍କ ଅଟକି ରହିଥିବା କାମଗୁଡ଼ିକ ପୂର୍ଣ୍ଣ ହେବ। ବ୍ୟାପାରରେ ବଡ଼ଧରଣର ଲାଭ ମିଳିବା ସହ କଠିନ ପରିଶ୍ରମର ପ୍ରକୃତ ଫଳ ମିଳିବ। ଯଦି ଆପଣ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ତେବେ ଏକ ନୂତନ ଚାକିରିର ଭଲ ଅଫର ମିଳିପାରେ। ନିବେଶ କରିବା ପାଇଁ ଏହି ସମୟଟି ଅତ୍ୟନ୍ତ ଅନୁକୂଳ ଅଟେ। ହଠାତ୍‌ ଧନଲାଭ ହେବା ଯୋଗୁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

ଧନୁ ରାଶିର ସ୍ବାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି, ତେଣୁ ଏହି ଯୁତି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭାଗ୍ୟର ଦ୍ୱାର ଖୋଲିଦେବ। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବା କାରଣରୁ ପ୍ରତ୍ୟେକ କାର୍ୟ୍ୟରେ ସଫଳତା ହାସଲ ହେବ। ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ କରୁଥିବା ଛାତ୍ରଛାତ୍ରୀମାନେ ଶୁଭଫଳ ପ୍ରାପ୍ତି କରିବେ।
ପରିବାରରେ ହସଖୁସିର ବାତାବରଣ ରହିବ ଏବଂ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।

 

Dharitri – Odisha’s No.1 Odia Daily

Share