ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ। ମାଲକାନଗିରି ପୌରାଞ୍ଚଳର ୧ନମ୍ବର ଓ୍ବାର୍ଡ ଅନ୍ତର୍ଗତ ମୁଣ୍ଡାଗୁଡ଼ାଠାରେ ଜଣେ ବୃଦ୍ଧ ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର ଲୋକେ ପଚାରୁ ନ ଥିବାବେଳେ ପ୍ରଶାସନର ସହଯୋଗ ମିଳୁ ନ ଥିବାରୁ ପଲିଥିନ୍‌ ଟଣା ଭଙ୍ଗାକୁଡ଼ିଆରେ ଏକାକୀ ଦିନ କାଟୁଛନ୍ତି ଗୁରୁ କଇକି(୬୫)।

ସୂଚନାଯୋଗ୍ୟ, ଅନେକ ବର୍ଷ ପରିବାର ସହ ଖୁସିରେ ରହିବା ପରେ କୌଣସି କାରଣରୁ ପରିବାର ଲୋକେ ତାଙ୍କୁ ଛାଡ଼ି ଅଲଗାରେ ରହୁଛନ୍ତି। ବୟସ ଥିବାବେଳେ ଗୁରୁ ଜଙ୍ଗଲରୁ ଶୁଖିଲାକାଠ ସଂଗ୍ରହକରି ବଜାରରେ ବିକ୍ରିକରି ପରିବାର ଚଳାଉଥିଲେ। ବୟସ ଅଧିକ ଯୋଗୁ ଏବେ ଆଉ ସେ କାମ କରିପାରୁ ନାହାନ୍ତି। ତେଣୁ ସେ ଭିକ୍ଷାବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ସରକାରୀ ସହାୟତା ବାବଦକୁ କେବଳ ଚାଉଳ ମିଳୁଥିବାବେଳେ ତାହା ମଧ୍ୟ ପରିବାର ଲୋକେ ନେଇଯାଉଛନ୍ତି। ସେହିପରି ବୟସ ୬୫ ବର୍ଷ ହୋଇଥିଲେ ମଧ୍ୟ ଗୁରୁଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗୁରୁଙ୍କ ଏଭଳି ଅବସ୍ଥା ବିଷୟରେ ଜାଣିବା ପରେ ଅନ୍ତର୍ଜାତୀୟ ମାନବାଧିକାର କମିଶନ ମାଲକାନଗିରି ଶାଖାର ସଦସ୍ୟମାନେ ତାଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇଦେବା ସହ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପ୍ରଶାସନକୁ ମଧ୍ୟ ଅବଗତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗୁରୁଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri