ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ ଏହି ରାଶି ପରିବର୍ତ୍ତନର ପ୍ରଭାବରେ କିଛି ରାଶିର ଲୋକଙ୍କୁ ଭାଗ୍ୟର ସାଥ ମିଳିବା ସହ ସୁଖ-ସମୃଦ୍ଧି ବୃଦ୍ଧି ପାଇପାରେ। ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ଏଥିରେ ରହିଛି। ଗୁରୁଙ୍କ ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। କ୍ୟାରିୟର ଓ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପାଠପଢ଼ାରେ ସଫଳତା ମିଳିପାରେ ଏବଂ ପରିଶ୍ରମର ଉଚିତ ଫଳ ମିଳିବ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିପାରେ। ଜୀବନରେ ସୁଖ-ସୁବିଧା ବଢ଼ିପାରେ।
ଆର୍ଥିକ ଦୃଷ୍ଟିରୁ କର୍କଟ ରାଶିର ଲୋକଙ୍କ ପାଇଁ ସମୟ ଭଲ ରହିପାରେ। ଆୟ ବୃଦ୍ଧିର ସୁଯୋଗ ମିଳିପାରେ। ପରିବାର ପାଇଁ ମଧ୍ୟ ସମୟ ଅନୁକୂଳ ରହିବା ସହ ସମ୍ପର୍କରେ ଉନ୍ନତି ଆସିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି।
ଗୁରୁ ଗ୍ରହ ସିଂହ ରାଶିରେ ଗୋଚର କରିବାକୁ ଥିବାରୁ ଏହି ରାଶିର ଲୋକଙ୍କୁ ଶୁଭ ଫଳ ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ। ଚାକିରିଆଙ୍କ ପାଇଁ ସମୟ ଭଲ ରହିପାରେ। ଯେକୌଣସି କାମ ଯୋଜନାବଦ୍ଧ ଭାବେ କଲେ ଅଧିକ ଲାଭ ମିଳିପାରେ।
ତୁଳା ରାଶି ପାଇଁ ଗୁରୁଙ୍କ ସିଂହ ରାଶିରେ ଗୋଚର ଶୁଭ ଫଳ ଦେଇପାରେ। ଚାକିରିରେ ପଦୋନ୍ନତିର ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ମଧ୍ୟ ଭଲ ହେବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ଆସିପାରେ।
କୁମ୍ଭ ରାଶିର ଲୋକଙ୍କ ପାଇଁ ପାରିବାରିକ ଦୃଷ୍ଟିରୁ ସମୟ ଭଲ ରହିପାରେ। କ୍ୟାରିୟରରେ ଉନ୍ନତିର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ସମୟ ଅନୁକୂଳ ରହିବା ସହ ବଡ଼ ଡିଲ ହେବା ଦ୍ୱାରା ଲାଭ ମିଳିପାରେ।