ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ

ବଲିଉଡ୍‌ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

ଗୁରୁ ୯ ଜୁଲାଇ ୧୯୨୫ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ବସନ୍ତ କୁମାର ଶିବଶଙ୍କର ପାଦୁକୋନ । ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। କଷ୍ଟରେ ତାଙ୍କ ପିଲାଦିନ ଅତିବାହିତ ହୋଇଥିଲା। ଜନ୍ମ ଭଳି ମୃତ୍ୟୁ ମଧ୍ୟ ଦୁଃଖଦାୟକ ଥିଲା । ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ଚାଲିଥିଲା। ତାଙ୍କ ଜୀବନରେ ଜଣେ ଅଭିନେତ୍ରୀ ଆସିଥିଲେ ଯେଉଁଥିପାଇଁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା।

ଗୁରୁ ଫିଲ୍ମ ‘ବାଜି’ର ଶୁଟିଂ ସେଟରେ ଗାୟିକା ଗୀତା ରୟ ଭେଟିଥିଲେ। ସେତେବେଳେ ଗୀତା ଜଣେ ପ୍ଲେବ୍ୟାକ ଗାୟକ ଭାବରେ ପ୍ରସିଦ୍ଧ ଥିଲେ । ସେ ଗୁରୁ ଦତ୍ତଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଉଥିଲେ। ସେ ଗୁରୁଙ୍କ ଭଉଣୀଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି କହି ନିଜ ଘରୁ ବାହାରି ଆସୁଥିଲେ।

ଗୁରୁଙ୍କ ସାନ ଭଉଣୀ ଲଳିିତା ଏଥିରେ ମଧ୍ୟ ଉଭୟଙ୍କୁ ସାହାଯ୍ୟ କରୁଥିଲେ। ୧୯୫୩ ମସିହାରେ ଗୁରୁ ଏବଂ ଗୀତା ବିବାହ ବନ୍ଧନରେ ବାନ୍ଧିହେଲେ। ଉଭୟଙ୍କ ଜୀବନ ବହୁତ ଖୁସିରେ ଚାଲିଥିଲା। ହଠାତ ସେମାନଙ୍କ ମଧ୍ୟରେ ଦୂରତା ଆସିବାକୁ ଲାଗିଲା କାରଣ ତାଙ୍କର ହିରୋଇନ୍‌ ୱାହିଦା ରେହମାନଙ୍କ ସହିତ ଘନିଷ୍ଠତା ବଢ଼ିଥିଲା। ଦିନେ ଗୁରୁ ଏକ ଚିଠି ପାଇଲେ । ଏଥିରେ ଲେଖାଥିଲା ଯେ, ‘ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ଯଦି ତୁମେ ମୋତେ ଚାହୁଁଛ, ଆଜି ସନ୍ଧ୍ୟା ୬.୩୦ ରେ ନରିମାନ ପଏଣ୍ଟରେ ଭେଟିବାକୁ ଆସିବ, ତୁମର ଓ୍ବାହିଦା । ଗୁରୁ ଏବଂ ୱାହିଦାଙ୍କ ସମ୍ପର୍କର ବିଷୟରେ ଜାଣି ଗୀତା ନିଜ ପିଲାମାନଙ୍କ ସହିତ ଗୁରୁ ଦତ୍ତଙ୍କଠାରୁ ଅଲଗା ହୋଇ ଅନ୍ୟ ଘରେ ରହିବାକୁ ଲାଗିଲେ। ପରେ ତାଙ୍କୁ ଓ୍ବାହିଦା ମଧ୍ୟ ଛାଡ଼ିଦେଲେ। ଏହା ପରେ ସେ ମଦ୍ୟପାନ, ସିଗାରେଟ ଏବଂ ନିଦ ବଟିକା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶପାଲଟିଗଲା। ଏକୁଟିଆ ହୋଇଯାଇଥିଲେ। ପିଲାମାନଙ୍କୁ ଭେଟିବାର ଇଚ୍ଛା ତାଙ୍କୁ ଦୁର୍ବଳ କରିଦେଇଥିଲା।

Share